ଶନିବାର, ମାର୍ଚ୍ଚ 7, 2026 | Loading Time...
ଶନିବାର, ମାର୍ଚ୍ଚ 7, 2026 | Loading Time...

ଜେଲ୍ ଗଲେ ପଦରୁ ବିଦା ହେବେ ମନ୍ତ୍ରୀ: ଲୋକସଭାରେ ବିଲ୍ ଆଗତ

ପ୍ରକାଶିତ: August 20, 2025, 6:06 PM | ରାଜନୀତି
ଜେଲ୍ ଗଲେ ପଦରୁ ବିଦା ହେବେ ମନ୍ତ୍ରୀ: ଲୋକସଭାରେ ବିଲ୍ ଆଗତ


ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ପରିଷଦର କୌଣସି ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ କିମ୍ବା ରାଜ୍ୟ ମନ୍ତ୍ରୀ ଗମ୍ଭୀର ଅପରାଧରେ ଗିରଫ ହୋଇ ଯଦି ସର୍ବନିମ୍ନ ୫ ବର୍ଷ ଜେଲ୍ ଏବଂ ତାଙ୍କୁ ଲଗାତାର ୩୦ ଦିନ ପାଇଁ ହାଜତରେ ରଖାଯାଏ, ତେବେ ୩୧ତମ ଦିନରେ ତାଙ୍କୁ ନିଜ ପଦରୁ ଇସ୍ତଫା ଦେବାକୁ ପଡିବ। ନହେଲେ ପଦରୁ ହଟାଇ ଦିଆଯିବ। ବିଶେଷ କଥା ହେଉଛି ଏହି ନିୟମ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ପରି ଅନ୍ୟ ବଡ଼ କେନ୍ଦ୍ରୀୟ ମନ୍ତ୍ରୀମାନଙ୍କ ପାଇଁ ମଧ୍ୟ ପ୍ରଯୁଜ୍ୟ ହେବ। ଆଜି ଲୋକସଭାରେ ୧୩୦ ତମ ସମ୍ବିଧାନ ସଂଶୋଧନ ବିଲ୍ ୨୦୨୫, କେନ୍ଦ୍ରଶାସିତ ଅଞ୍ଚଳ ସରକାର ସଂଶୋଧନ ବିଲ୍ ୨୦୨୫ ଏବଂ ଜମ୍ମୁ ଏବଂ କାଶ୍ମୀର ପୁନର୍ଗଠନ (ସଂଶୋଧନ) ବିଲ୍ ୨୦୨୫ ଆଗତ କରିବା ଅବସରରେ ଗୃହ ମନ୍ତ୍ରୀ ଅମିତ ଶାହ ଏହି ସୂଚନା ଦେଇଛନ୍ତି। 

ଏପର୍ଯ୍ୟନ୍ତ ନିୟମ ଅନୁଯାୟୀ, ଯଦି କୌଣସି ମୁଖ୍ୟମନ୍ତ୍ରୀ କିମ୍ବା ମନ୍ତ୍ରୀ ଗିରଫ ହୁଅନ୍ତି କିମ୍ବା ଜେଲ ଯାଆନ୍ତି ତେବେ ତାଙ୍କ ଇସ୍ତଫା ଦେବାର କୌଣସି ବ୍ୟବସ୍ଥା ନଥିଲା। ଏହି ବିଲକୁ ସଂସଦର ସିଲେକ୍ଟ କମିଟିକୁ ପଠାଯିବ। ଏହି ବିଲ୍ ଆଇନରେ ପରିଣତ ହେଲେ ୫ ବର୍ଷ କିମ୍ବା ତା’ଠାରୁ ଅଧିକ ଦଣ୍ଡନୀୟ ଅପରାଧ ପାଇଁ ୩୦ ଦିନ ପାଇଁ ହାଜତରେ ରହିବା ଉପରେ ବହିଷ୍କାରର ବ୍ୟବସ୍ଥା ଜାରି ହେବ। ଗିରଫଦାରୀ ସମୟରେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ କିମ୍ବା ମନ୍ତ୍ରୀ ନିଜ ପଦରୁ ବିଦା ହେବେ।

ଏହାକୁ ନେଇ ବିରୋଧୀ ଗୃହରେ ହଙ୍ଗମା କରିଛନ୍ତି। ଏବେ କେନ୍ଦ୍ର ସରକାର ଅଣ-ବିଜେପି ସରକାରଙ୍କ ପ୍ରତି ଦାଉ ସାଧିବେ ବୋଲି ବିରୋଧୀ ଦଳ ସଦସ୍ୟମାନେ ଅଭିଯୋଗ କରିଛନ୍ତି।