ଶନିବାର, ମାର୍ଚ୍ଚ 7, 2026 | Loading Time...
ଶନିବାର, ମାର୍ଚ୍ଚ 7, 2026 | Loading Time...

ମନମୋହନ ରାଜ୍ୟ ବିଜେପି ସଭାପତି ନିର୍ବାଚିତ

ପ୍ରକାଶିତ: July 8, 2025, 2:20 PM | ରାଜନୀତି
ମନମୋହନ ରାଜ୍ୟ ବିଜେପି ସଭାପତି ନିର୍ବାଚିତ


ସମସ୍ତ ଆଶା ଆକାଂକ୍ଷା ଓ ହିସାବ ନିକାସ ପରେ ଶେଷରେ ରାଜ୍ୟ ବିଜେପି ସଭାପତି ଭାବରେ ମନମୋହନ ସାମଲ ପୁଣି ଥରେ ନିର୍ବାଚିତ ହୋଇଛନ୍ତି। ଆଜି ଏନେଇ ବିଧିବଦ୍ଧ ଘୋଷଣା କରାଯାଇଛି। ନିର୍ବାଚନ ପର୍ଯ୍ୟବେକ୍ଷକ ସଞ୍ଜୟ ଜୟସ୍ଵାଲ୍ ଆଜି ଏହା ଘୋଷଣା କରିଛନ୍ତି। ଏହା ସହ ଲଗାତର ଦ୍ଵିତୀୟ ଥର ପାଇଁ ମନମୋହନ ବିଜେପି ରାଜ୍ୟ ସଭାପତି ଭାବେ ନିର୍ବାଚିତ ହୋଇ ଥିବାବେଳେ ମୋଟ ୪ ଥର ସେ ନିର୍ଦ୍ଵନ୍ଦ୍ଵରେ ରାଜ୍ୟ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସୋମବାର ନାମାଙ୍କନ ଦାଖଲ ପ୍ରକ୍ରିୟାରେ ଏକମାତ୍ର ପ୍ରାର୍ଥୀ ଭାବେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଓ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ନାମାଙ୍କନ ଭରିଥିଲେ। ସେ ପୂର୍ବରୁ ୧୯୯୯ରୁ ୨୦୦୦, ୨୦୦୦ରୁ ୨୦୦୪, ୨୦୨୩ରେ ରାଜ୍ୟ ସଭାପତି ପଦରେ ରହିଥିଲେ। ପୁନର୍ବାର ୨୦୨୫ରେ ସେ ରାଜ୍ୟ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ଆସନ୍ତା ୩ ବର୍ଷ ପାଇଁ ମନମୋହନ ସାମଲଙ୍କ କାର୍ଯ୍ୟକାଳ ରହିବ। ଏବେ ସେ ସଭାପତି ହେବା ପରେ ଅଟକି ରହିଥିବା ବିଜେପିର ସାଙ୍ଗଠନିକ କାର୍ଯ୍ୟ ଆଗକୁ ବଢିବ ବୋଲି ଚର୍ଚ୍ଚା ହେଉଛି । ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ସହିତ ବିଭିନ୍ନ ରାଜନୈତିକ ନିଯୁକ୍ତି ମଧ୍ୟ ତ୍ୱରାନ୍ୱିତ ହେବ ।