ଶନିବାର, ମାର୍ଚ୍ଚ 7, 2026 | Loading Time...
ଶନିବାର, ମାର୍ଚ୍ଚ 7, 2026 | Loading Time...

ଶାହାଙ୍କ ଗସ୍ତ ପୂର୍ବରୁ ତାତିଲେ ଜୟନାରାୟଣ, କହିଲେ ମୋର ଯୋଗ୍ୟତା…

ପ୍ରକାଶିତ: March 17, 2025, 4:14 AM | ରାଜନୀତି
ଶାହାଙ୍କ ଗସ୍ତ ପୂର୍ବରୁ ତାତିଲେ ଜୟନାରାୟଣ, କହିଲେ ମୋର ଯୋଗ୍ୟତା…

ଭୁବନେଶ୍ୱର,୧୬ା୩: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଭାଜପାର ବରିଷ୍ଠ ନେତା ଜୟନାରାୟଣ ମିଶ୍ର କ୍ଷୋଭ ପ୍ରକାଶ କରିଛନ୍ତି। ସାମ୍ବାଦିକଙ୍କ ପ୍ରଶ୍ନରେ ସେ କ୍ଷୋଭ ପ୍ରକାଶ କରି କହିଛନ୍ତି, ବଡ଼ ବଡ଼ିଆ ନେତାଙ୍କୁ ପଚାର, ଆମ ଭଳିଆ ଛୋଟକାଟିଆଙ୍କୁ କାହିଁ ପଚାରୁଛ। ଆପଣ ବରିଷ୍ଠ ବୋଲି ସାମ୍ବାଦିକମାନେ କହିବାରୁ ଆହୁରି ରାଗିଗଲେ ଜୟନାରାୟଣ। ସେ କହିଛନ୍ତି, ବରିଷ୍ଠଙ୍କର ଭ୍ୟାଲୁ କ’ଣ।


ପ୍ରସ୍ତୁତି ବୈଠକରେ ପଛରେ ବସିବା ପ୍ରସଙ୍ଗରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ସେ ମଧ୍ୟ କହିଛନ୍ତି, ଗୋଟିଏ ଜାଗାରେ ବସିବାର ଯୋଗ୍ୟତା ରହିବା କଥା। ମୋର ଯୋଗ୍ୟତା ନାହିଁ ବୋଲି ଭାବିଲି, ଗଲିନି। ସେ ଜାଗାରେ ରାଜ୍ୟ ସଭାପତି, ସମ୍ପାଦକ, ମନ୍ତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ଥିଲା। ସେଥି ମଧ୍ୟରୁ ମୁଁ କେହି ନୁହଁ, ସେଠି ବସିବାର ଆବଶ୍ୟକତା ନ ଥିଲା ବୋଲି ଜୟନାରାୟଣ କହିଛନ୍ତି। ଆଜି ବୁର୍ଲାରେ ଅନୁଷ୍ଠିତ ଭାଜପା ବୈଠକରେ ଅତିଥିଙ୍କ ପାଇଁ ଉଦ୍ଦିଷ୍ଟ ମଞ୍ଚରେ ନବସି ସେ ପଛ ଧାଡ଼ିରେ ବିଧାୟକଙ୍କ ଗହଣରେ ବସିଥିଲେ।


ଆସନ୍ତା ୨୨ ତାରିଖରେ ଓଡ଼ିଶା ଆସିବେ ଅମିତ ଶାହା। ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ। ବିଭିନ୍ନ ସରକାରୀ ପ୍ରକଳ୍ପର ଶିଳାନ୍ୟାସ କାର୍ଯ୍ୟକ୍ରମରେ ଶାହ ଯୋଗଦେବେ। ସେପଟେ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।