Loading Indian Time...
Loading Indian Time...

‘୧୪୦ କୋଟି ଭାରତୀୟ ମୋ’ ଶକ୍ତି’

ପ୍ରକାଶିତ: March 17, 2025, 3:51 AM | ରାଜନୀତି
‘୧୪୦ କୋଟି ଭାରତୀୟ ମୋ’ ଶକ୍ତି’

ନୂଆଦିଲ୍ଲୀ,୧୬ା୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରସିଦ୍ଧ ଆମେରିକୀୟ ପୋଡକାଷ୍ଟର ଲେକ୍ସ ଫ୍ରିଡ୍‌ମ୍ୟାନଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ। ଏହି ପୋଡକାଷ୍ଟରେ, ତାଙ୍କ ପିଲାଦିନ, ହିମାଳୟରେ ବିତାଇଥିବା ସମୟ ଏବଂ ସାର୍ବଜନୀନ ଜୀବନରେ ତାଙ୍କ ଯାତ୍ରା ସମେତ ଅନେକ ବିଷୟ ଉପରେ ଆଲୋଚନା କରାଯାଇଥିଲା। ଲେକ୍ସ ଫ୍ରିଡ୍‌ମ୍ୟାନ୍‌ଙ୍କ ସହ ପୋଡକାଷ୍ଟରେ ମୋଦି କହିଛନ୍ତି, ‘ଯେତେବେଳେ ଆମେ ଶାନ୍ତି ବିଷୟରେ କଥା ହେଉ, ବିଶ୍ୱ ଆମ କଥା ଶୁଣେ, କାରଣ ଭାରତ ଗୌତମ ବୁଦ୍ଧ ଏବଂ ମହାତ୍ମା ଗାନ୍ଧୀଙ୍କ ଭୂମି’।


ପ୍ରଧାନମନ୍ତ୍ରୀ ଆଲୋଚନାରେ ଭାରତର ସଂସ୍କୃତି, ଶାନ୍ତି ଏବଂ ବିଶ୍ୱ କୂଟନୀତି ଉପରେ ଗୁରୁତ୍ୱାରୋପ କରି କହିଥିଲେ, ଯେତେବେଳେ ମୁଁ ବିଶ୍ୱ ନେତାମାନଙ୍କ ସହ ହାତ ମିଳାଏ, ସେତେବେଳେ ମୋଦି ନୁହେଁ ବରଂ ୧.୪ ବିଲିୟନ ଭାରତୀୟ ଏପରି କରନ୍ତି। ମୋର ଶକ୍ତି ମୋ’ ନାମରେ ନୁହେଁ ବରଂ ଭାରତର କାଳଜୟୀ ସଂସ୍କୃତି ଏବଂ ଐତିହ୍ୟରେ ଅଛି।’ ୧୪୦ କୋଟି ଭାରତୀୟ ମୋ’ ଶକ୍ତି।


୩ ଘଣ୍ଟା ଧରି ଏହି ସାକ୍ଷାତକାର ଚାଲିଥିଲା। ଏହି ପୋଡକାଷ୍ଟରେ ମୋଦି ତାଙ୍କ ପିଲାଦିନର କଷ୍ଟ ମଧ୍ୟ ଶେୟାର କରିଛନ୍ତି। ସେ କହିଛନ୍ତି, ‘ଭଲ ଜୋତା ପିନ୍ଧିବାରେ ଅଭ୍ୟସ୍ତ ବ୍ୟକ୍ତି ଏହାର ଅଭାବ ବା ଅନୁପସ୍ଥିତି ଅନୁଭବ କରନ୍ତି। କିନ୍ତୁ ମୁଁ କେବେ ଜୋତା ପିନ୍ଧିନାହିଁ। ତେଣୁ ମୁଁ ତା’ର ଗୁରୁତ୍ୱ କ’ଣ ଜାଣି ବି ନ ଥିଲି। ଏହା ହିଁ ଥିଲା ମୋର ପିଲାଦିନ ବୋଲି ମୋଦି କହିଛନ୍ତି।