ରବିବାର, ଅକ୍ଟୋବର 18, 2026 | Loading Time...
ରବିବାର, ଅକ୍ଟୋବର 18, 2026 | Loading Time...

ଫ୍ରାନ୍ସରେ ହିଂସାତ୍ମକ ପ୍ରତିବାଦ: ଐତିହାସିକ ଟାଉନ୍‌ ହଲ୍‌ରେ ନିଆଁ ଲଗାଇଲେ ଉତ୍ତ୍ୟକ୍ତ ଜନତା

ପ୍ରକାଶିତ: October 18, 2026, 1:46 PM | ଅନ୍ତର୍ଜାତୀୟ
ଫ୍ରାନ୍ସରେ ହିଂସାତ୍ମକ ପ୍ରତିବାଦ: ଐତିହାସିକ ଟାଉନ୍‌ ହଲ୍‌ରେ ନିଆଁ ଲଗାଇଲେ ଉତ୍ତ୍ୟକ୍ତ ଜନତା

ଫ୍ରାନ୍ସରେ ହିଂସାତ୍ମକ ପ୍ରତିବାଦ: ଐତିହାସିକ ଟାଉନ୍‌ ହଲ୍‌ରେ ନିଆଁ ଲଗାଇଲେ ଉତ୍ତ୍ୟକ୍ତ ଜନତା

ସ୍କୁଲ୍‌ର ଦୁରବସ୍ଥା ଓ ମହଙ୍ଗା ମାଡ଼କୁ ନେଇ ବିକ୍ଷୋଭ; ୫.୫ ଲକ୍ଷ ଲୋକଙ୍କ ଆନ୍ଦୋଳନ, ୧୨୦୦ ଗିରଫ

ଫ୍ରାନ୍ସରେ ସ୍କୁଲ୍‌ଗୁଡ଼ିକର ଦୟନୀୟ ସ୍ଥିତି ଓ ଜୀବନଯାପନ ଖର୍ଚ୍ଚ ବୃଦ୍ଧିକୁ ବିରୋଧ କରି ଶନିବାର ମଧ୍ୟ ପ୍ରତିବାଦ ଜାରି ରହିଥିଲା। ଦେଶର ବିଭିନ୍ନ ସ୍ଥାନରେ ଏହି ଆନ୍ଦୋଳନ ହିଂସାତ୍ମକ ରୂପ ନେଇଥିଲା। ଉତ୍ତ୍ୟକ୍ତ ଜନତା ଏକ ଐତିହାସିକ ଟାଉନ୍‌ ହଲ୍‌ରେ ନିଆଁ ଲଗାଇ ଦେଇଥିବା ବେଳେ ରାଜଧାନୀ ପ୍ୟାରିସ୍‌ ସମେତ ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ବିଭିନ୍ନ କୋଠାରେ ଅଗ୍ନିକାଣ୍ଡ ଘଟିଥିବା ଖବର ମିଳିଛି।

ସରକାରଙ୍କ ସୂଚନା ଅନୁଯାୟୀ, ଏହି ବିକ୍ଷୋଭରେ ପ୍ରାୟ ୫ ଲକ୍ଷ ୫୦ ହଜାର ଲୋକ ସାମିଲ ହୋଇଥିବା ବେଳେ ଅତି କମ୍‌ରେ ୧୨୦୦ ଜଣଙ୍କୁ ଗିରଫ କରାଯାଇଛି। ଦେଶରେ ହିଂସା ବୃଦ୍ଧି ପାଉଥିବା ନେଇ ସରକାର ଉଦ୍‌ବେଗ ପ୍ରକାଶ କରିଛନ୍ତି।