ମଙ୍ଗଳବାର, ସେପ୍ଟେମ୍ବର 15, 2026 | Loading Time...
ମଙ୍ଗଳବାର, ସେପ୍ଟେମ୍ବର 15, 2026 | Loading Time...

ଉତ୍ତରାଖଣ୍ଡରେ ପୁଣି ବାଦଲ ଫଟା ବର୍ଷା: ଧନ ଜୀବନ ହାନି

ପ୍ରକାଶିତ: August 23, 2025, 7:22 PM | ପାଣିପାଗ
ଉତ୍ତରାଖଣ୍ଡରେ ପୁଣି ବାଦଲ ଫଟା ବର୍ଷା: ଧନ ଜୀବନ ହାନି


ଚମୋଲି: ଶୁକ୍ରବାର ରାତିରେ ଉତ୍ତରାଖଣ୍ଡର ଚମୋଲିରେ ପୁଣି ବାଦଲ ଫଟା ବର୍ଷା ନାହିଁ ନଥିବା କ୍ଷତି ଘଟିଛି। ଏଥିଯୋଗୁଁ ଅନେକ ଘର ଭାସି ଯାଇଛି। ସରକାରୀ କାର୍ଯ୍ୟାଳୟ, ବାସଭବନ ମଧ୍ୟ ଧୋଇ ଯାଇଛି। ଚାମୋଲି ଜିଲ୍ଲାର ଥରାଲି ଅଞ୍ଚଳ ଏବଂ ନିକଟବର୍ତ୍ତୀ ଗ୍ରାମଗୁଡ଼ିକ ଭୀଷଣ କ୍ଷତିଗ୍ରସ୍ତ ହୋଇଛି। ଘଟଣା ପରେ ଲୋକମାନେ ଆତଙ୍କିତ ଅଛନ୍ତି ଏବଂ ପ୍ରବଳ ବର୍ଷା ମଧ୍ୟରେ, ଲୋକମାନେ ଘରୁ ପଳାଇ ଜୀବନ ବଞ୍ଚାଇବା ପାଇଁ ସୁରକ୍ଷିତ ସ୍ଥାନକୁ ଯାଇଥିଲେ। ଚମୋଲି ନିକଟସ୍ଥ ସଗୱାରା ଗାଁରେ ଭଗ୍ନାବଶେଷ ତଳେ ଚାପି ହୋଇ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଲୋକମାନେ ଘରୁ ବାହାରକୁ ଦୌଡ଼ି ପଳାଉଥିବା ଦେଖାଯାଉଛି। ପୋଲିସ ଏବଂ ପ୍ରଶାସନ ପକ୍ଷରୁ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି।