ଶନିବାର, ମାର୍ଚ୍ଚ 7, 2026 | Loading Time...
ଶନିବାର, ମାର୍ଚ୍ଚ 7, 2026 | Loading Time...

ଲୁଟ୍ ବିସ୍ଫୋରକ ଜବତ: ଗୁଳିବିନିମୟ ଜାରି

ପ୍ରକାଶିତ: May 30, 2025, 7:20 PM | ସୁନ୍ଦରଗଡ଼
ଲୁଟ୍ ବିସ୍ଫୋରକ ଜବତ: ଗୁଳିବିନିମୟ ଜାରି


ସୁରକ୍ଷା ବ୍ୟବସ୍ଥାକୁ ଚାଲେଞ୍ଜ କରି ଗତ ୨୭ ତାରିଖ ସକାଳେ ସୁନ୍ଦରଗଡ଼ ଜିଲ୍ଲା ବାଙ୍କୋ ପଥର ଖଣିକୁ ଯାଉଥିବା ଟ୍ରକଭର୍ତ୍ତି ବିସ୍ଫୋଟକକୁ ମାଓବାଦୀମାନେ ଲୁଟ କରିଥିବା ବେଳେ ଆଜି ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ଲୁଟ୍ ବିସ୍ଫୋରକ ମଧ୍ୟରୁ ଅନେକ ଜବତ ହୋଇଥିବା ସୂଚନା ମିଳିଛି। 

ଝାଡ଼ଖଣ୍ଡ-ଓଡ଼ିଶା ସୀମା ବାଙ୍କୋ ଖଣି ଅଞ୍ଚଳରୁ ମାଓବାଦୀମାନେ ଉକ୍ତ ବିସ୍ଫୋରକ ଲୁଟିଥିବା ଖବର ସ୍ପଷ୍ଟ ହେବା ପରେ ଆରମ୍ଭ ସର୍ଚ୍ଚ ଅପରେସନ୍ ହୋଇଥିଲା। ପରେ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ସିଂହଭୂମ ଜିଲ୍ଲା ତିରିଲପୋଷିଠାରେ ବିସ୍ପୋଟକ ସୂଚନା ପାଇ ସୁରକ୍ଷା ବାହିନୀର ଯବାନମାନେ ଆଜି କମ୍ବିଂ ଅପରେସନ୍ ଆରମ୍ଭ କରିଥିଲେ। ସିଆରପିଏଫ୍ ସହାୟତାରେ ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ପୋଲିସ୍ ଟିମ୍ ମିଳିତ ଭାବେ ଏହି କମ୍ବିଂ ଅପରେସନ୍‌ କରିଥିଲେ। ଅପରେସନରେ ଖୋଦ୍ ସିଆରପିଏଫ୍ କମାଣ୍ଡର ଅସିତ୍ କୁମାରଙ୍କ ସହ ଆଇଜି ଅମିତେନ୍ଦ୍ର ନାଥ ସିହ୍ନା ଯାଞ୍ଚକୁ ଜୋରଦାର୍ କରିଥିଲେ। ଗତକାଲି ଏନ୍ଆଇଏ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଥିଲା। କେତେ ପରିମାଣର ବିସ୍ଫୋରକ ଜବତ ହୋଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି ।