ବରମୁଣ୍ଡା ବସ୍‌ ଟର୍ମିନାଲରେ ପୋଲିସ୍‌ ଆଉଟପୋଷ୍ଟ 

ବରମୁଣ୍ଡା ବସ୍‌ ଟର୍ମିନାଲରେ ପୋଲିସ୍‌ ଆଉଟପୋଷ୍ଟ 

Feb 26, 2024 - 16:57
 0  5
ବରମୁଣ୍ଡା ବସ୍‌ ଟର୍ମିନାଲରେ ପୋଲିସ୍‌ ଆଉଟପୋଷ୍ଟ 

ବରମୁଣ୍ଡା ବସ୍‌ ଟର୍ମିନାଲରେ ପୋଲିସ୍‌ ଆଉଟପୋଷ୍ଟ 


ଭୁବନେଶ୍ବର: 5-T ଉପକ୍ରମରେ ନବନିର୍ମିତ ବରମୁଣ୍ଡା ଡ. ବାବା ସାହେବ ଭୀମରାଓ ଆମ୍ବେଦକର ବସ୍‌ ଟର୍ମିନାଲରେ ପୋଲିସ୍‌ ଆଉଟପୋଷ୍ଟ ପ୍ରତିଷ୍ଠା ହେବ। ଏଥିରେ ୮୯ ଜଣ ପୋଲିସ୍‌ କର୍ମଚାରୀ ନିଯୁକ୍ତି ପାଇବେ। ଏନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।
ବରମୁଣ୍ଡାଠାରେ ଏହି ଆନ୍ତଃରାଜ୍ୟ ବସ୍‌ ଟର୍ମିନାଲର ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଏଠାକୁ ଦୈନିକ ପ୍ରାୟ ୮୦୦ ବସ୍‌ ଯାତାୟାତ କରିବ। ଭବିଷ୍ୟତରେ ବସ୍‌ ସଂଖ୍ୟା ୧୮୦୦ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ ବୋଲି ଆକଳନ କରାଯାଉଛି। ଏହା ସହିତ ଦୈନିକ ପ୍ରାୟ ୪୫ ହଜାର ଯାତ୍ରୀ ଯାତାୟାତ କରିବେ।
ଏହି ଟର୍ମିନାଲରେ ଯାତ୍ରୀଙ୍କ ପାଇଁ ରେସ୍ତୋରାଁ, ବହୁତଳ କାର ପାର୍କିଂ, ଆହାର କେନ୍ଦ୍ର, ଯାତ୍ରୀଙ୍କୁ ନେବା ଓ ଛାଡିବା ସୁବିଧା, ୧୪୪ଟି ବସ୍‌ ରହିବା ସ୍ଥାନ, ସିଟି ବସ୍‌ ପାଇଁ ବସ୍‌ ବେ ଓ ଦୋକାନ ବଜାର ଆଦି ସୁବିଧା ରହିବ। ଏତେ ସଂଖ୍ୟକ ଯାତ୍ରୀ ଓ ଗାଡ଼ିର ସମାଗମକୁ ନେଇ ସେହି ତୁଳନା ସୁରକ୍ଷା ବ୍ୟବସ୍ଥାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆଉଟପୋଷ୍ଟରେ ୮୯ ଜଣ ପୋଲିସ୍‌ କର୍ମଚାରୀ ନିଯୁକ୍ତି ଦିଆଯିବ। ସେଥିରେ ୨ ଜଣ ସବ୍‌-ଇନିସ୍ପେକ୍ଟର, ୯ ଜଣ ସହଯୋଗୀ ସବ୍‌-ଇନିସ୍ପେକ୍ଟର, ୪ ହାବିଲଦାର, ୭୨ କନଷ୍ଟେବଳ ଓ ୨ ଜଣ ଡ୍ରାଇଭର ରହିବେ।

What's Your Reaction?

like

dislike

love

funny

angry

sad

wow