ଶନିବାର, ମାର୍ଚ୍ଚ 7, 2026 | Loading Time...
ଶନିବାର, ମାର୍ଚ୍ଚ 7, 2026 | Loading Time...

ପଶ୍ଚିମବଙ୍ଗ: ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ୩ ଗିରଫ

ପ୍ରକାଶିତ: October 12, 2025, 6:28 PM | ଓଡିଶା ଜିଲ୍ଲା ସମାଚାର
ପଶ୍ଚିମବଙ୍ଗ: ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ୩ ଗିରଫ


କୋଲକାତା: ପଶ୍ଚିମବଙ୍ଗ ଦୁର୍ଗାପୁରଠାରେ ଘଟିଥିବା ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ୩ ଜଣ ସନ୍ଦିଗ୍ଧଙ୍କୁ ପୋଲିସ ଗିରଫ କରିଛି। ଅନ୍ୟ ୨ ଅଭିଯୁକ୍ତ ଫେରାର୍ ଥିବା ସୂଚନା ମିଳିଛି। ଅପରପକ୍ଷରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଣଦୁଷ୍କର୍ମର ଶିକାର ହୋଇଥିବା ଓଡ଼ିଆ ଛାତ୍ରୀଙ୍କ ବାପାଙ୍କ ସହିତ ଫୋନ୍ ଯୋଗେ ଗତକାଲି କଥା ହୋଇ ସମବେଦନା ଜଣାଇଥିଲେ। ଏପରିକି ଓଡ଼ିଶାର ଜଣେ ଉଚ୍ଚ ପଦାଧିକାରୀ ପଶ୍ଚିମବଙ୍ଗ ସରକାରଙ୍କ ସହିତ ଯୋଗାଯୋଗରେ ରହି, ଆଇନଗତ ଏବଂ ଯେ କୌଣସି ଆବଶ୍ୟକ ସହାୟତା ଯୋଗାଇ ଦେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ, ବାଲେଶ୍ଵର ଜିଲ୍ଲା ପ୍ରଶାସନର ଏକ ସ୍ଵତନ୍ତ୍ର ଦଳ ପୀଡ଼ିତା ଏବଂ ତାଙ୍କ ପରିବାରକୁ ଭେଟିଛନ୍ତି। ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଓ ଜଣେ ଡିଏସପିଙ୍କୁ ନେଇ ଗଠିତ ୪ ଜଣିଆ ଦଳ ଡାକ୍ତରଖାନାରେ ପରିବାରକୁ ମଧ୍ୟ ଭେଟିଥିଲେ।