ଧାର୍ଯ୍ୟ ହେବ ଅବଢ଼ା ଦର
ଭକ୍ତଙ୍କ ସୁବିଧା ପାଇଁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଏକ ନୂଆ ପଦକ୍ଷେପ ନିଆଯାଇଛି। ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକରେ ଅବଢ଼ା ଓ ଶୁଖୁଲି ଭୋଗ ବିକ୍ରିରେ ହେଉଥିବା ବିଶୃଙ୍ଖଳା ରୋକିବା ଦିଗରେ ବ୍ୟାପକ ଆଲୋଚନା ହୋଇଛି। ଅବଢ଼ା ଓ ଶୁଖୁଲି ଭୋଗ ଦର ଧାର୍ଯ୍ୟ କରାଯାଇ ଏଥିରେ ସ୍ୱଚ୍ଛତା ଅଣାଯିବା ବୋଲି ଏହି ବୈଠକରେ ନିଷ୍ପତି ନିଆଯାଇଛି। ନିଷ୍ପତି ଅନୁସାରେ ଅବଢ଼ା ଓ ଶୁଖୁଲି ଭୋଗ ବିକ୍ରି ପାଇଁ ଅଲଗା କାଉଣ୍ଟର ଖୋଲାଯିବ। ଭୋଗ ପ୍ରସ୍ତୁତିରେ କେବଳ ଓମଫେଡ ଘିଅ ବ୍ୟବହାର କରାଯିବ। ନିୟମ ଉଲ୍ଲଙ୍ଘନ କଲେ ସୁଆର ଓ ମହାସୁଆର ସେବକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ।
ମନ୍ଦିର ରୋଷ ଘରେ ଦୈନିକ ୩୫ କ୍ୱିଣ୍ଟାଲ କାଠ ଆବଶ୍ୟକ ହେଉଥିବା ବେଳେ କାଠ ନିୟମିତ ଯୋଗାଣ ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଏହା ବ୍ଯତୀତ ଆନନ୍ଦ ବଜାରରେ ସୁପକାର ସେବକ ଓ ସହକାରୀଙ୍କ ପାଇଁ ଡ୍ରେସକୋଡ ଓ ପରିଚୟ ପତ୍ର ବାଧ୍ୟତାମୂଳକ ହେବ।