ଶନିବାର, ମାର୍ଚ୍ଚ 7, 2026 | Loading Time...
ଶନିବାର, ମାର୍ଚ୍ଚ 7, 2026 | Loading Time...

ଅଘଟଣ ପରେ ବଦଳିଲେ ପୁରୀ ଜିଲ୍ଲାପାଳ ଓ ଏସପି

ପ୍ରକାଶିତ: June 29, 2025, 9:37 PM | ଓଡିଶା ଜିଲ୍ଲା ସମାଚାର
ଅଘଟଣ ପରେ ବଦଳିଲେ ପୁରୀ ଜିଲ୍ଲାପାଳ ଓ ଏସପି


ପୁରୀ: ଶରଧାବାଲିରେ ଦଳାଚକଟା ଘଟଣାରେ ରାଜ୍ୟ ସରକାରଙ୍କ ବଡ ଆକ୍ସନ । ଅଘଟଣ ପାଇଁ ଉଭୟ ପୁରୀ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ବଦଳି କରାଯାଇଛି। ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ବଦଳରେ ଚଞ୍ଚଳ ରାଣାକୁ ମିଳିଛି ନୂଆ ଦାୟିତ୍ୱ। ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କୁ ସାଧାରଣ ପ୍ରଶାସନ ବିଭାଗ ଓଏସଡି ଦାୟିତ୍ଵ ଦିଆଯାଇଛି। ସେହିପରି ଏସ୍‌ପି ବିନିତ ଅଗ୍ରୱାଲଙ୍କ ସ୍ଥାନରେ ଆଇପିଏସ୍ ପିନାକ ମିଶ୍ର ଏବେ ପୁରୀ ଏସପି ଦାୟିତ୍ଵ ତୁଲାଇବେ। ପୂର୍ବରୁ ପୁରୀ ଏସପି ଭାବେ ତାଙ୍କର ଅଭିଜ୍ଞତା ରହିଛି।

ଏହାବ୍ୟତୀତ ଡିସିପି ବିଷ୍ଣୁ ପତି ଏବଂ କମାଣ୍ଡାଣ୍ଟ ଅଜୟ ପାଢ଼ୀଙ୍କୁ ମଧ୍ୟ ସରକାର ରଥଯାତ୍ରା ସମୟରେ ଅବହେଳା ପାଇଁ ତଦନ୍ତ ପର୍ଯ୍ୟନ୍ତ ସସ୍‌ପେଣ୍ଡ୍‌ କରିଛନ୍ତି। ଅରବିନ୍ଦ ଅଗ୍ରୱାଲଙ୍କୁ ରଥ ପରିଚାଳନାର ଅତିରିକ୍ତ ଦାୟିତ୍ଵ ଦିଆଯାଇଛି। ସେ ବର୍ତ୍ତମାନ ଉଚ୍ଚ ଶିକ୍ଷା ବିଭାଗ ସଚିବ ଦାୟିତ୍ଵ ତୁଲାଉଥିବା ବେଳେ ରଥଯାତ୍ରା ସରିବା ପର୍ଯ୍ୟନ୍ତ ସେ ରଥ ପରିଚାଳନା ଦାୟିତ୍ଵ ତୁଲାଇବେ। ସୁପରଭିଜନ ପାଇଁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି।

ଶରଧାବାଲିରେ ମହାପ୍ରଭୁଙ୍କ ଦିବ୍ୟ ଦର୍ଶନ ପାଇଁ ଲକ୍ଷ ଲକ୍ଷ ଭକ୍ତ ଅତ୍ୟନ୍ତ ଆଗ୍ରହ ଓ ଉତ୍କଣ୍ଠାର ସହ ଆସିଥାନ୍ତି। ସେହି ଉତ୍କଣ୍ଠା ଜନିତ ବ୍ୟଗ୍ରତା ଓ ଭିଡ କାରଣରୁ ତିନି ଶ୍ରଦ୍ଧାଳୁଙ୍କ ପରଲୋକ ଘଟିଛି। ଏହି ଘଟଣାର ସଂପୂର୍ଣ୍ଣ ପ୍ରଶାସନିକ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏହି ତଦନ୍ତ କରାଯିବ।