ଶନିବାର, ମାର୍ଚ୍ଚ 7, 2026 | Loading Time...
ଶନିବାର, ମାର୍ଚ୍ଚ 7, 2026 | Loading Time...

ମିଳିଲା ଆନ୍ତଃ ଜିଲ୍ଲା ବଦଳି ଅନୁମତି

ପ୍ରକାଶିତ: June 3, 2025, 4:29 PM | ଓଡିଶା ଜିଲ୍ଲା ସମାଚାର
ମିଳିଲା ଆନ୍ତଃ ଜିଲ୍ଲା ବଦଳି ଅନୁମତି


ପ୍ରାଥମିକ ଶିକ୍ଷକଙ୍କ ବଦଳି ନେଇ ପୁଣି ଥରେ ସରକାର ଚିନ୍ତା କରିଛନ୍ତି। ଏଣିକି ଜିଲ୍ଲା ଭିତରେ ଓ ଜିଲ୍ଲା ବାହାରକୁ ବଦଳି ପାଇଁ ଆବେଦନ ପାଇଁ ମିଳିବ ଅନୁମତି। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବା ସହ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଚିଠି କରାଯାଇଛି। ବଦଳି ପାଇଁ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀମାନେ ଆସନ୍ତା ଜୁନ ୬ ତାରିଖ ଭିତରେ ପୋର୍ଟାଲ ଜରିଆରେ ଆବେଦନ କରିପାରିବେ। ଜୁନ୍‌ ୯ରୁ ୧୬ ଭିତରେ ଭେରିଫିକେସନ ହେବ। ୯ରୁ ୧୬ ତାରିଖ ମଧ୍ୟରେ ବ୍ଲକ ଶିକ୍ଷା ଅଧିକାରୀ, ଜିଲ୍ଲା ବ୍ଲକ ଶିକ୍ଷା ଅଧିକାରୀ ଦ୍ଵାରା ଆବେଦନ ଉପରେ ଯାଞ୍ଚ ହେବ। ଏହାପରେ ଜୁନ ୧୭ରୁ ୧୮ ମଧ୍ୟରେ ଆନ୍ତଃ ଜିଲ୍ଲା ବଦଳି ପାଇଁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କ ପାଖକୁ ଆବେଦନ ପତ୍ର ପଠାଯିବ। ୨୦ ଓ ୨୧ ତାରିଖରେ ମେଡିକାଲ ଯାଞ୍ଚ ହେବ।