ଶନିବାର, ମାର୍ଚ୍ଚ 7, 2026 | Loading Time...
ଶନିବାର, ମାର୍ଚ୍ଚ 7, 2026 | Loading Time...

ଛୁଟିରେ ଗଲେ ୧୪ ଜିଲ୍ଲାର ଓଏସ ଓ ଓଆରଏସ ଅଫିସର: ବନ୍ଧାହେଲେଣି ୫ ଅଭିଯୁକ୍ତ

ପ୍ରକାଶିତ: July 1, 2025, 10:42 PM | ଓଡିଶା ଜିଲ୍ଲା ସମାଚାର
ଛୁଟିରେ ଗଲେ ୧୪ ଜିଲ୍ଲାର ଓଏସ ଓ ଓଆରଏସ ଅଫିସର: ବନ୍ଧାହେଲେଣି ୫ ଅଭିଯୁକ୍ତ


ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା ପ୍ରତିବାଦରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ୧୪ ଜିଲ୍ଲାର ସମୂହ OAS, ORS ଅଫିସର ଛୁଟିରେ ଯାଇଛନ୍ତି। ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନ ହେବା ଯାଏଁ ସେମାନେ ଛୁଟିରେ ରହିବେ । କଟକ, ଜଗତସିଂହପୁର, ଭଦ୍ରକ, ରାୟଗଡ଼ା, ଦେବଗଡ଼, ସୁବର୍ଣ୍ଣପୁର, ବାଲେଶ୍ୱର, ବଲାଙ୍ଗିର, ସମ୍ବଲପୁର, କେନ୍ଦୁଝର, ଯାଜପୁର, କନ୍ଧମାଳ ଓ ଗଞ୍ଜାମ ଜିଲ୍ଲାର ଅଫିସରମାନେ ଛୁଟିରେ ଯିବା ନେଇ ସୂଚନା ଦେଇଛନ୍ତି ଅତିରିକ୍ତ ଜିଲ୍ଲାପାଳ ଶିବ ଟପ୍ପୋ।

ସୂଚନାଯୋଗ୍ୟ, ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କ ଉପରେ ସୋମବାର ବିଏମସି କାର୍ଯ୍ୟାଳୟରେ ଚାରି ରୁ ଛଅ ଜଣ ଯୁବକ ମରାଣାତ୍ମକ ଆକ୍ରମଣ ହୋଇଥିଲା। ସାପ୍ତାହିକ ଜନଶୁଣାଣି ସମୟରେ କିଛି ବ୍ୟକ୍ତି ତାଙ୍କ କାର୍ଯ୍ୟାଳୟକୁ ପଶି ତାଙ୍କୁ ଗାଳିଗୁଳଜ କରିବା ସହ ତାଙ୍କୁ ଘୋଷାଡ଼ି ବାହାରକୁ ଆଣି ମାଡ଼ ସହ ଗୋଇଠା ମାଡ ମଧ୍ୟ ମାରିଥିଲେ। ଯାହାର ଭିଡିଓ ଭାଇରାଲ ହୋଇଥିଲା।

ଏହି ଘଟଣା ସମ୍ପର୍କରେ ଅଫିସର ରତ୍ନାକର ଖାରବେଳ ନଗର ଥାନାରେ ଏକ ଏତଲା ଦେଇଥିଲେ। ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତ, ଜୀବନ ରାଉତ, ରଶ୍ମି ରଞ୍ଜନ ମହାପାତ୍ର, ଦେବାଶିଷ ପ୍ରଧାନ, ସଞ୍ଜୀବ ମିଶ୍ର ଏବଂ ସଚିକାନ୍ତ ସ୍ୱାଇଁଙ୍କୁ ଗିରଫ କରିଛି। ସେମାନଙ୍କୁ ଭାରତୀୟ ନ୍ୟାୟ ସଂହିତା (BNS)ର ବିଭିନ୍ନ ଧାରା ୩୩୩, ୧୩୨, ୧୨୧ (୧), ୧୨୧ (୨), ୧୦୯, ୩୫୧ (୨), ୬୨, ୧୪୦ (୨), ୩୦୪, ୫୪, ୬୧(୨), ୧୮୯(୨), ୧୯୦, ଏବଂ ୩ (୫) ଅନୁଯାୟୀ ଗିରଫ କରାଯାଇଛି। ଏହି ଘଟଣାରେ ବିଜେପି ରାଜ୍ୟ ସଭାପତି ୫ଜଣଙ୍କୁ ଦଳରୁ ନିଲମ୍ବିତ କରିଛନ୍ତି।