ଶନିବାର, ମାର୍ଚ୍ଚ 7, 2026 | Loading Time...
ଶନିବାର, ମାର୍ଚ୍ଚ 7, 2026 | Loading Time...

ଭଡା ଘରେ ନର୍ସଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ପ୍ରକାଶିତ: May 30, 2025, 7:17 PM | ଓଡିଶା ଜିଲ୍ଲା ସମାଚାର
ଭଡା ଘରେ ନର୍ସଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର


କଟକ ଯୋବ୍ରା ଅଞ୍ଚଳର ଏକ ଘରୋଇ ହଷ୍ଟେଲରେ ଜଣେ ମହିଳା ନର୍ସଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ପୋଲିସ ଉଦ୍ଧାର କରିଛି। କରାଯାଇଥିଲା। ମୃତକଙ୍କ ନାମ କଳ୍ପନା ଦାସ, ସେ ସହରର ଯୋବ୍ରା ଅଞ୍ଚଳର ଏକ ଘରୋଇ ହସ୍ପିଟାଲରେ ନର୍ସ ଭାବରେ କାର୍ଯ୍ୟ କରୁଥିବା ଜଣାପଡିଛି। ନର୍ସଙ୍କୁ ଉକ୍ତ ଘରୋଇ ହଷ୍ଟେଲର ଅନ୍ୟ ଅନ୍ତେବାସୀମାନେ ବାଥରୁମ ଭିତରେ ଝୁଲନ୍ତା ଅବସ୍ଥାରେ ପାଇ ପୋଲିସକୁ ସୂଚନା ଥିଲେ। ସୂଚନା ପାଇ ମାଲଗୋଦାମ ପୋଲିସ ଘଟଣାସ୍ଥଳ ପରିଦର୍ଶନ କରିବା ସହ ମୃତଦେହ ଉଦ୍ଧାର କରିଛି। ପରେ ପୋଷ୍ଟମର୍ଟମ ପାଇଁ ପଠାଇ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।