ସାମ୍ବାଦିକଙ୍କ ଉପରେ ଆକ୍ରମଣ ନେଇ ରିପୋର୍ଟ ମାଗିଲେ ଏନଏଚଆରସି
.jpg)
ନିକଟରେ ବଲାଙ୍ଗୀର ଜିଲ୍ଲା କୁଲଥିପାଲି ଗାଁରେ ଜଣେ ସାମ୍ବାଦିକଙ୍କ ଉପରେ ହୋଇଥିବା ଅମାନୁଷିକ ଆକ୍ରମଣ ସମ୍ପର୍କରେ ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକଙ୍କୁ ବିସ୍ତୃତ ରିପୋର୍ଟ୍ ମାଗିଛନ୍ତି ଜାତୀୟ ମାନବାଧିକାର କମିଶନ। ଆଜି ଏକ ପ୍ରେସ୍ ବିଜ୍ଞପ୍ତିରେ ଏନଏଚଆରସି ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଏହି ମାମଲାରେ ଏକ ବିସ୍ତୃତ ରିପୋର୍ଟ ଦେବାପାଇଁ ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ, ଏକ ନିର୍ମାଣ ପ୍ରକଳ୍ପରେ ନିମ୍ନମାନର କାର୍ଯ୍ୟ ହୋଇଥିବା ସ୍ଥାନୀୟ ଗାଁ ଲୋକଙ୍କ ଅଭିଯୋଗ ପାଇ ସାମ୍ବାଦିକ ବିଜୟ ପ୍ରଧାନ ଖବର ସଂଗ୍ରହ କରିବାକୁ ଗାଁର ଉକ୍ତ ନିର୍ମାଣ ସ୍ଥାନକୁ ଯାଇଥିବା ସମୟରେ ଦୁର୍ବୃତ୍ତମାନେ ତାଙ୍କୁ ଆକ୍ରମଣ କରିଥିଲେ। ସେଠାରେ ଦୁର୍ବୃତ୍ତମାନେ ବିଜୟଙ୍କ ହାତ ଏବଂ ଗୋଡ ବାନ୍ଧିବା ସହ ତାଙ୍କୁ ଏକ ଖୁଣ୍ଟରେ ବାନ୍ଧି ନିର୍ଦ୍ଦୟ ମାଡ଼ ମାରିଥିଲେ। ଏହି ଘଟଣାରେ ପୋଲିସ ଜଣେ ନାବାଳକ ବାଳକ ସମେତ ପାଞ୍ଚ ଜଣଙ୍କୁ ଗିରଫ କରିଛି। ଏହି ଘଟଣା ରାଜ୍ୟରେ ବ୍ୟାପକ ଉତ୍ତେଜନା ସୃଷ୍ଟି କରିଥିଲା ଏବଂ ଲୋକମାନେ ଅଭିଯୁକ୍ତଙ୍କୁ ଗିରଫ କରିବା ଏବଂ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ସାମ୍ବାଦିକମାନେ ସେମାନଙ୍କର ଦାବିକୁ ଚାପି ଦେବା ପାଇଁ ପ୍ରତିବାଦ ମଧ୍ୟ କରିଥିଲେ।