ଶନିବାର, ମାର୍ଚ୍ଚ 7, 2026 | Loading Time...
ଶନିବାର, ମାର୍ଚ୍ଚ 7, 2026 | Loading Time...

ଯୋଡ଼ା: ମାଟି ଅତଡ଼ା ଧସି ୩ ମୃତ

ପ୍ରକାଶିତ: July 2, 2025, 1:52 PM | ଓଡିଶା ଜିଲ୍ଲା ସମାଚାର
ଯୋଡ଼ା: ମାଟି ଅତଡ଼ା ଧସି ୩ ମୃତ


ପ୍ରବଳ ବର୍ଷାରୁ ମାଟି ଅତଡା ଖସି କେନ୍ଦୁଝର ଜିଲ୍ଲା ଯୋଡ଼ାରେ ଖଣିରୁ ମାଟି ଅତଡ଼ା ଧସି ୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହି ଦୁର୍ଘଟଣାରେ କିଛି ଲୋକ ଆହତ ମଧ୍ୟ ହୋଇଥିବା ଜଣାପଡିଛି। ଯୋଡ଼ା ଥାନା ବିଛାକୁଣ୍ଡି ଦଲପାହାଡ଼ରେ ଘଟିଛି ଏହି ଅଘଟଣ। ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଥିବା କାରଣରୁ ମାଟି ଅତଡ଼ା ଧସିଛି। ସୂତ୍ରରୁ ପ୍ରକାଶ ଯେ, ମୃତ ବ୍ୟକ୍ତିମାନେ ହେଉଛନ୍ତି ବିଚାକୁଣ୍ଡି ଅଞ୍ଚଳର ସନ୍ଦୀପ ପୂର୍ତ୍ତି, ଗୁରୁ ଚମ୍ପିଆ ଏବଂ କାଣ୍ଡେ ମୁଣ୍ଡା। କୁହାଯାଉଛି ଗତ କାଲି ଅପରାହ୍ନ ସମୟରେ ମାଙ୍ଗାନିଜ୍ ଚୋରା ଉତ୍ତୋଳନ ବେଳେ ଏହି ଅଘଟଣ ଘଟିଥିଲା। ପ୍ରବଳ ବର୍ଷା ଯୋଗୁଁ ମାଟି ଅତଡ଼ା ଖସି ଶ୍ରମିକ ଚାପି ହୋଇଯାଇଥିଲେ। ବର୍ଷା ଓ ଅନ୍ଧାର ଯୋଗୁଁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ୬ ଘଣ୍ଟା ପରେ ୩ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଘଟଣାସ୍ଥଳରେ ପୋଲିସ ଏବଂ ବନ ବିଭାଗର ଅଧିକାରୀମାନେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।