ଶନିବାର, ମାର୍ଚ୍ଚ 7, 2026 | Loading Time...
ଶନିବାର, ମାର୍ଚ୍ଚ 7, 2026 | Loading Time...

ବଢ଼ିଲା ମଧ୍ୟାହ୍ନ ଭୋଜନ ଖର୍ଚ୍ଚ

ପ୍ରକାଶିତ: June 21, 2025, 6:43 PM | ଓଡିଶା ଜିଲ୍ଲା ସମାଚାର
ବଢ଼ିଲା ମଧ୍ୟାହ୍ନ ଭୋଜନ ଖର୍ଚ୍ଚ


ରାଜ୍ୟ ସରକାରଙ୍କ ଦ୍ୱାରା ଛାତ୍ରଛାତ୍ରୀଙ୍କ ପୋଷଣକୁ ଗୁରୁତ୍ୱ ଦେଇ ମଧ୍ୟାହ୍ନ ଭୋଜନ ଖର୍ଚ୍ଚକୁ ୨ ଟଙ୍କା ୯୨ ପଇସା ବର୍ଦ୍ଧିତ କରିଛନ୍ତି 

ଫଳରେ ଏହି ବର୍ଦ୍ଧିତ ମୂଲ୍ୟ ପରେ ପ୍ରାଥମିକ ଛାତ୍ରଛାତ୍ରୀଙ୍କ ପାଇଁ ମୁଣ୍ଡ ପିଛା ଦୈନିକ ୧୧ ଟଙ୍କା ୧୫ ପଇସା, ଉଚ୍ଚ ପ୍ରାଥମିକ ଛାତ୍ରଛାତ୍ରୀଙ୍କ ପାଇଁ ମୁଣ୍ଡ ପିଛା ୧୪ ଟଙ୍କା ୭୪ ପଇସା ରନ୍ଧନ ସାମଗ୍ରୀ ଖର୍ଚ୍ଚ ପ୍ରଦାନ କରାଯିବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। 

ଏବେ ସପ୍ତାହକୁ ତିନୋଟି ପୁଷ୍ଟିକର ଲଡୁ ଓ ଗୋଟିଏ ଅତିରିକ୍ତ ଅଣ୍ଡା ୨୦୨୫-୨୬ ଶିକ୍ଷାବର୍ଷରୁ ପ୍ରଦାନ କରାଯାଉଛି। କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଭାଗୀଦାରରେ ପିଏମ୍‌ ପୋଷଣ ଯୋଜନା ବର୍ତ୍ତମାନ ରାଜ୍ୟରେ କାର୍ଯ୍ୟକାରୀ କରାଯାଉଛି। ଭାରତ ସରକାରଙ୍କ ପକ୍ଷରୁ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଛାତ୍ରଛାତ୍ରୀଙ୍କ ନିମନ୍ତେ ମୁଣ୍ଡ ପିଛା ରନ୍ଧନ ସାମଗ୍ରୀ ଖର୍ଚ୍ଚ ବାବଦକୁ ଦୈନିକ ୬ ଟଙ୍କା ୭୮ ପଇସା ଓ ୧୦ ଟଙ୍କା ୧୭ ପଇସା ମେ’ ୧ ତାରିଖରୁ ପ୍ରଦାନ କରାଯାଉଛି। ବର୍ତ୍ତମାନ ରାଜ୍ୟ ସରକାର ଅତିରିକ୍ତ ରନ୍ଧନ ସାମଗ୍ରୀ ଖର୍ଚ୍ଚ ପାଇଁ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଛାତ୍ରଛାତ୍ରୀଙ୍କ ନିମନ୍ତେ ମୁଣ୍ଡ ପିଛା ଦୈନିକ ୧ ଟଙ୍କା ୪୫ ପଇସା ଓ ୧ ଟଙ୍କା ୬୫ ପଇସା ପ୍ରଦାନ କରୁଛନ୍ତି।