ଶନିବାର, ମାର୍ଚ୍ଚ 7, 2026 | Loading Time...
ଶନିବାର, ମାର୍ଚ୍ଚ 7, 2026 | Loading Time...

ଆଉ ୩ ଦିନ ଯାଏଁ ପ୍ରବଳ ବର୍ଷା: ସତର୍କତା ଜାରି

ପ୍ରକାଶିତ: July 5, 2025, 11:04 AM | ଓଡିଶା ଜିଲ୍ଲା ସମାଚାର
ଆଉ ୩ ଦିନ ଯାଏଁ ପ୍ରବଳ ବର୍ଷା: ସତର୍କତା ଜାରି


ସୁନ୍ଦରଗଡ଼, ଝାରସୁଗୁଡା, ସମ୍ବଲପୁର, ଦେବଗଡ଼, ବୌଦ୍ଧ, ସୋନପୁର, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗିର, ବରଗଡ଼, ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ ଆଦି ୨୦ଟି ଜିଲ୍ଲାରେ ପ୍ରବଳ ବର୍ଷିବ। ଆଉ ୩ ଦିନ ଯାଏଁ ଏଭଳି ସ୍ଥିତି ଜାରି ରହିବ। ତେବେ ଏହି ଜିଲ୍ଲାମାନଙ୍କରେ ବଜ୍ରପାତ ବର୍ଷା ସହ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ୬ ତାରିଖ ଯାଏଁ ଅତିରୁ ଅତି ପ୍ରବଳ ବର୍ଷା ଲାଗି ରହିବ ବୋଲି ବିଭାଗ ପକ୍ଷରୁ ଆଶଙ୍କା କରାଯାଇଛି।

ଉତ୍ତର ଓଡ଼ିଶା ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଆଉ ଏକ ଟର୍ଫ ଲାଇନ ଏହି ଘୂର୍ଣ୍ଣିବଳୟ ଉପର ଦେଇଯାଇଛି। ଯାହାର ପ୍ରଭାବରେ ଆହୁରି ୨୪ ଘଣ୍ଟା ପ୍ରବଳ ବର୍ଷିବ। ପ୍ରବଳ ବର୍ଷା ପାଇଁ ୨୦ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।