ସୁଧାଂଶୁ ଖୁଣ୍ଟିଆ ହତ୍ୟା ମାମଲାରେ ଚାରି ଅଭିଯୁକ୍ତ ଗିରଫ
ଭୁବନେଶ୍ୱରର ଏମ୍ସ କର୍ମଚାରୀ ସୁଧାଂଶୁ ଖୁଣ୍ଟିଆଙ୍କୁ ହତ୍ୟା ମାମଲାରେ ପୋଲିସ ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଜୋନ ୩ ଆସିଷ୍ଟାଣ୍ଟ କମିଶନର (ଏସିପି) ତାପସ ଚନ୍ଦ୍ର ପ୍ରଧାନ ଏନେଇ ସୂଚନା ଦେଇଛନ୍ତି। ସୂଚନା ମୁତବକ, ଖଣ୍ଡଗିରି ପୋଲିସ ଅଭିଯୁକ୍ତଙ୍କ ଠାରୁ ୭.୬୫ ମିଲିମିଟର ପିସ୍ତଲ ଏବଂ ୪ଟି ମୋବାଇଲ ଜବତ କରିଛି। ଗିରଫ ବ୍ୟକ୍ତିମାନେ ଛଦ୍ମନାମ ବ୍ୟବହାର କରିଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ଜଣେ ସୁକାନ୍ତ ପ୍ରଧାନ ଯାହାର ଛଦ୍ମନାମ ଭାଲୁ ଓ ଅନ୍ୟଜଣେ ସୁଭେନ୍ଦୁ ପ୍ରଧାନ ଯାହାର ଛଦ୍ମନାମ ଛବି ବୋଲି ଜଣାପଡ଼ିଛି। ସେହିପରି ରାକେଶ ଖୁଣ୍ଟିଆ ଯାହାର ଛଦ୍ମନାମ ରାକା ଓ ଅନ୍ୟଜଣେ ସୁବ୍ରତ ସାହୁ ଯାହାର ଛଦ୍ମନାମ କାହ୍ନା ବୋଲି ଜଣାପଡିଛି।
ସୋମବାର ଦିବାଲୋକରେ ହତ୍ୟାକାଣ୍ଡ ପରେ, ସୁଧାଂଶୁଙ୍କ ସାନ ଭାଇ ଦେବାଶିଷ ଖୁଣ୍ଟିଆଙ୍କ ଲିଖିତ ଅଭିଯୋଗ ଆଧାରରେ ଖଣ୍ଡଗିରି ପୋଲିସ ଷ୍ଟେସନରେ ୧୦୩(୧)/୩ (୫) BNS/Sec ୨୫/୨୭ ଆର୍ମସ୍ ଆକ୍ଟ ଧାରା ୧୦୩(୧)/୬୧(୨)(କ)BNS/Sec ୨୫(୧)(କ)/୨୭ ଆର୍ମସ୍ ଆକ୍ଟ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି।