ଶନିବାର, ମାର୍ଚ୍ଚ 7, 2026 | Loading Time...
ଶନିବାର, ମାର୍ଚ୍ଚ 7, 2026 | Loading Time...

ଭୁବନେଶ୍ୱରରୁ ଆବୁଧାବିକୁ ସିଧାସଳଖ ବିମାନ ଉଡ଼ାଣ

ପ୍ରକାଶିତ: June 12, 2025, 10:30 AM | ଓଡିଶା ଜିଲ୍ଲା ସମାଚାର
ଭୁବନେଶ୍ୱରରୁ ଆବୁଧାବିକୁ ସିଧାସଳଖ ବିମାନ ଉଡ଼ାଣ


ଭୁବନେଶ୍ୱର,୧୧।୬ : ଭୁବନେଶ୍ୱରରୁ ଆବୁଧାବିକୁ ଉଡିବ ସିଧାସଳଖ ବିମାନ। ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଆବୁଧାବିକୁ ଆସନ୍ତାକାଲିଠାରୁ ଇଣ୍ଡିଗୋ ଏୟାରଲାଇନ୍ସର ଏହି ସେବା ଯୋଗାଇ ଦେବ। ଇଣ୍ଡିଗୋ ଏୟାରଲାଇନ୍ସର ୱେବସାଇଟର ସୂଚନା ଅନୁଯାୟୀ ସପ୍ତାହରେ ବୁଧବାର, ଶୁକ୍ରବାର ଏବଂ ରବିବାର ତିନିଥର ବିମାନ ଉଡ଼ାଣ କରି ଭୁବନେଶ୍ୱରକୁ ଆବୁଧାବିକୁ ବିମାନ ଉଡ଼ିବ।

ସକଳ ୯ଟା ୩୫ରୁ ଭୁବନେଶ୍ୱରରୁ ଉଡ଼ାଣ ଆରମ୍ଭ କରି ବିମାନଟି ମଧ୍ୟାହ୍ନ ୧୨ଟା ୩୫ରେ ୟୁଏଇର ରାଜଧାନୀରେ ଅବତରଣ କରିବ।। ପ୍ରତ୍ୟାବର୍ତ୍ତନ ପର୍ଯ୍ୟାୟରେ ସ୍ଥାନୀୟ ସମୟ ଅନୁସାରେ ରାତି ୨ଟା ୩୫ରେ ଆବୁଧାବିରୁ ଉଡ଼ାଣ କରିବ ଏବଂ ପୂର୍ବାହ୍ନ ୮ଟା ୩୫ରେ ଭୁବନେଶ୍ୱରରେ ପହଞ୍ଚିବ।

ଏଠି ପାଇଁ ଯିବା ଭଡା ୧୨,୬୮୫ ଟଙ୍କାରୁ ଆରମ୍ଭ ହେଉଥିବାବେଳେ ଫେରିବା ଭଡ଼ା ୧୬,୧୩୨ ଟଙ୍କା ରହିଛି। ୟୁଏଇ, କତାର ଏବଂ ଓମାନରେ ବହୁସଂଖ୍ୟକ ଓଡ଼ିଆ କାମ କରୁଥିବାରୁ, ଏହି ନୂତନ ଆବୁଧାବି ସଂଯୋଗ କର୍ମଚାରୀ ଏବଂ ବ୍ୟବସାୟିକ ଯାତ୍ରୀ ଉଭୟଙ୍କ ପାଇଁ ଅତ୍ୟନ୍ତ ଆବଶ୍ୟକୀୟ ସୁବିଧା ଯୋଗାଇବ। ପ୍ରବାସୀ ଭାରତୀୟଙ୍କ ଯାତ୍ରା ବ୍ୟତୀତ, ନୂତନ ମାର୍ଗ ବ୍ୟାପକ ବାଣିଜ୍ୟ, ନିବେଶ ଏବଂ ପର୍ଯ୍ୟଟନ ସୁଯୋଗ ପାଇଁ ମଧ୍ୟ ଦ୍ୱାର ଖୋଲିବ ବୋଲି କୁହାଯାଉଛି।