ଶନିବାର, ମାର୍ଚ୍ଚ 7, 2026 | Loading Time...
ଶନିବାର, ମାର୍ଚ୍ଚ 7, 2026 | Loading Time...

ଝାଡ଼ାବାନ୍ତି: ସଜାଗ ରହିବାକୁ ନିର୍ଦ୍ଦେଶ

ପ୍ରକାଶିତ: June 17, 2025, 8:06 PM | ଓଡିଶା ଜିଲ୍ଲା ସମାଚାର
ଝାଡ଼ାବାନ୍ତି: ସଜାଗ ରହିବାକୁ ନିର୍ଦ୍ଦେଶ


ଦୃତ ଗତିରେ ଜିଲ୍ଲାକୁ ଜିଲ୍ଲା ମାଡି ଚାଲିଛି ଡାଇରିଆ। ଦିନ ୧୦ଟା ସୁଦ୍ଧା ୫ ଜିଲ୍ଲାରୁ ୩ଶହ ନୂଆ କେସ୍ ଚିହ୍ନଟ ହୋଇଛି। ତୁହାକୁ ତୁହା ବୈଠକ ଚାଲିଛି। ମୋଟାମୋଟି ଉପରେ ଝାଡ଼ାବାନ୍ତି ରାଜ୍ୟ ସରକାରଙ୍କ ନିଦ ହଜେଇ ଦେଲାଣି। ଏହାକୁ ଦୃଷ୍ଟିରେ ରଖି ସବୁ ଜିଲ୍ଲାକୁ ତର୍କ କରାଇଛନ୍ତି ସ୍ୱାସ୍ଥ୍ୟ ସଚିବ ଅଶ୍ଵତୀ ଏସ୍‌। ମଙ୍ଗଳବାର ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ସ୍ୱାସ୍ଥ୍ୟ ସଚିବ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି- ଆଜି ଦିନ ୧୦ଟା ସୁଦ୍ଧା ୫ ଜିଲ୍ଲାରୁ ୩ଶହ ନୂଆ କେସ୍ ଚିହ୍ନଟ ହୋଇଛି। ଯେତିକି ପରୀକ୍ଷା ହୋଇଥିଲା ସେଥିରୁ ୧୦% କଲେରା ବାହାରିଛି। ପ୍ରତ୍ୟେକ ଦିନ ରାଜ୍ୟ ସ୍ତରୀୟ ସମୀକ୍ଷା ହେବା ସହ ରୋଗୀଙ୍କୁ ୨୪ ଘଣ୍ଟିଆ ନିରୀକ୍ଷଣରେ ରଖାଯାଇଛି। ଆସନ୍ତାକାଲି କେନ୍ଦ୍ରୀୟ ଟିମ୍‌ ସହ ଆଲୋଚନା ହେବ। ମୌସୁମୀ ବର୍ଷା ହେଉଛି, ତେଣୁ ସଚେତନ ରହିବାକୁ ସେ ପରାମର୍ଶ ଦେଇଛନ୍ତି। ଏହା ସହ ରାଜ୍ୟର ସବୁ ଜିଲ୍ଲାକୁ ଆଲର୍ଟ ରହିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଡାଇରିଆ ନେଇ ଆଶା, ଅଙ୍ଗନବାଡି ସଚେତନ କରିବା ସହିତ ଗାଁ ଗାଁରେ ମାଇକରେ ପ୍ରଚାର ଚାଲିଛି। ଆସନ୍ତା ୭ ଦିନ ପର୍ଯ୍ୟନ୍ତ ଏହି ପଦକ୍ଷେପ ଜାରି ରହିବ।