Loading Indian Time...
Loading Indian Time...

ଜୁନ୍ ୧ ରୁ ବଢିବ ଦିନ ତାପମାତ୍ରା: ପାଣିପାଗ ବିଭାଗ

ପ୍ରକାଶିତ: May 30, 2025, 7:12 PM | ଓଡିଶା ଜିଲ୍ଲା ସମାଚାର
ଜୁନ୍ ୧ ରୁ ବଢିବ ଦିନ ତାପମାତ୍ରା: ପାଣିପାଗ ବିଭାଗ


ଜୁନ୍ ୧ ତାରିଖରୁ ଓଡ଼ିଶାରେ ଦିନର ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ଅଛି ବୋଲି ଭାରତୀୟ ପାଣିପାଗ ବିଭାଗ (IMD) ପୂର୍ବାନୁମାନ କରିଛି। ଏବେ ଲଘୁଚାପ ଜନିତ ବର୍ଷା ପରେ ଜୁନ୍ ୧ ତାରିଖଠାରୁ ତାପମାତ୍ରା ୨ ରୁ ୪ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ ବୋଲି ପାଣିପାଗ ବିଭାଗ ଶୁକ୍ରବାର ସୂଚନା ଦେଇଛି। ଏହା ସହ ଜୁନ୍ ୫ ପର୍ଯ୍ୟନ୍ତ ରାଜ୍ୟର ଉପକୂଳ ଏବଂ ଦକ୍ଷିଣ ଜିଲ୍ଲାଗୁଡ଼ିକର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ଜାରି ରହିପାରେ।

ତେବେ ଶନିବାର ସକାଳ ପର୍ଯ୍ୟନ୍ତ ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଦେବଗଡ଼, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ସୁନ୍ଦରଗଡ଼, କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଏବଂ ରାୟଗଡ଼ା ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଣ୍ଟା ପ୍ରତି ୩୦-୪୦କିଲୋମିଟର ବେଗରେ ପବନ ବହିବା ସହିତ ଝଡ଼ବର୍ଷା ଓ ବଜ୍ରପାତ ହେବା ନେଇ ସତର୍କ କରିଛି।

ବାଂଲାଦେଶ ଉପରେ ଥିବା ଡିପ୍ରେସନ ଆଗାମୀ ୧୨ ଘଣ୍ଟା ମଧ୍ୟରେ ଦୁର୍ବଳ ହୋଇ ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି। ଏଥିପାଇଁ ମତ୍ସ୍ୟଜୀବୀମାନଙ୍କୁ ଉତ୍ତର ଓଡ଼ିଶା ଉପକୂଳ ଏବଂ ସଂଲଗ୍ନ ଉତ୍ତର ବଙ୍ଗୋପସାଗର ସହିତ ସମୁଦ୍ରକୁ ନଯିବାକୁ ପରାମର୍ଶ ଦିଆଯାଇଛି।