ଶନିବାର, ମାର୍ଚ୍ଚ 7, 2026 | Loading Time...
ଶନିବାର, ମାର୍ଚ୍ଚ 7, 2026 | Loading Time...

କରୋନା: ଭୁବନେଶ୍ଵରରେ ୪, ଓଡ଼ିଶାରେ ୫ ମାମଲା

ପ୍ରକାଶିତ: May 28, 2025, 7:16 PM | ଓଡିଶା ଜିଲ୍ଲା ସମାଚାର
କରୋନା: ଭୁବନେଶ୍ଵରରେ ୪, ଓଡ଼ିଶାରେ ୫ ମାମଲା


ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗ ସୂଚନା ଅନୁସାରେ ବୁଧବାର ଓଡ଼ିଶାରେ ମୋଟ ୫ ଜଣ କୋଭିଡ୍ -୧୯ ପଜିଟିଭ୍ ଥିବା ଜଣାପଡ଼ିଛି। ଆଜି ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗ ଏହି ଚିହ୍ନଟକୁ ନିଶ୍ଚିତ କରିଛି। ମୋଟ ୫ ଜଣଙ୍କ ମଧ୍ୟରୁ ଚାରି ଜଣ ଭୁବନେଶ୍ୱରର ଏବଂ ଜଟଣୀରୁ ଜଣେ ଚିହ୍ନଟ ହୋଇଛନ୍ତି। ଏହା ସଂକ୍ରମଣ ଯୋଗୁଁ ପୁଣି ଥରେ କରୋନା ପ୍ରାଦୁର୍ଭାବ ସମସ୍ତଙ୍କ ଚିନ୍ତା ବଢ଼ାଇଛି। ତେବେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରଭାବିତ ଅଞ୍ଚଳରେ କରୋବା ବ୍ୟାପିବା ନେଇ ଯାଞ୍ଚ କରିବା ସହ ନିୟନ୍ତ୍ରଣ ପାଇଁ ପଦକ୍ଷେପ ଆରମ୍ଭ କରିଛନ୍ତି। ଏହା ସହ ନାଗରିକଙ୍କୁ ସତର୍କ ରହି କୋଭିଡ୍ -୧୯ ଆଚରଣ ପାଳନ କରିବା ଏବଂ ଯେକୌଣସି ଲକ୍ଷଣ ଦେଖାଦେଲେ ତୁରନ୍ତ ରିପୋର୍ଟ କରିବାକୁ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି।