ଶନିବାର, ମାର୍ଚ୍ଚ 7, 2026 | Loading Time...
ଶନିବାର, ମାର୍ଚ୍ଚ 7, 2026 | Loading Time...

ବ୍ରହ୍ମପୁରରେ ବିଜେପି ନେତାଙ୍କୁ ଗୁଳି କରି ହତ୍ୟା

ପ୍ରକାଶିତ: October 7, 2025, 8:45 AM | ଓଡିଶା ଜିଲ୍ଲା ସମାଚାର
ବ୍ରହ୍ମପୁରରେ ବିଜେପି ନେତାଙ୍କୁ ଗୁଳି କରି ହତ୍ୟା


ବ୍ରହ୍ମପୁର: ବିଜେପି ନେତା ତଥା ଆଇନଜୀବୀ ପୀତବାସ ପଣ୍ତାଙ୍କୁ ଦୁର୍ବୃତ୍ତମାନେ ଗୁଳି କରି ହତ୍ୟା କରିଛନ୍ତି। ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ବ୍ରହ୍ମାନଗର ଅଞ୍ଚଳରେ ୨ ଦୁର୍ବୃତ୍ତ ବାଇକ୍‌ରେ ଆସି ତାଙ୍କୁ ୨ ରାଉଣ୍ତ ଗୁଳିମାଡ଼ କରିଥିଲେ। ଗୁଳି ପୀତବାସଙ୍କ ଛାତିରେ ବାଜିଥିଲା। ଘଟଣାସ୍ଥଳରେ ହିଁ ସେ ଟଳି ପଡ଼ିଥିଲେ। ସଂକଟାପନ୍ନ ଅବସ୍ଥାରେ ତାଙ୍କୁ ଏମ୍‌କେସିଜି ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କଲେ ।

ସୂଚନାଯୋଗ୍ୟ, ପୀତବାସ ପଣ୍ଡା ରାଜ୍ୟ ଆଇନ୍‌ଜୀବୀ ପରିଷଦର ସଦସ୍ୟ ମଧ୍ୟ ଥିଲେ। ସେ ବିଜେପି ଦଳର ସକ୍ରିୟ ସଦସ୍ୟ ଥିଲେ। ପୂର୍ବରୁ ସେ କଂଗ୍ରେସ ଦଳରେ ରହିଥିବା ବେଳେ ଗତ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ଦଳରେ ସାମିଲ ହୋଇଥିଲେ। ତେବେ କିଏ ଓ କାହିଁକି ତାଙ୍କ ଉପରେ ଆକ୍ରମଣ କଲେ ଜଣାପଡ଼ିନି।