ଆଗାମୀ ଦୁଇ ଘଣ୍ଟା ସତର୍କ ରହନ୍ତୁ: ପାଣିପାଗ ବିଭାଗ

ଆଗାମୀ ଦୁଇ ଘଣ୍ଟା ସତର୍କ ରହନ୍ତୁ: ପାଣିପାଗ ବିଭାଗ
ରାଜଧାନୀରେ ହଠାତ ବର୍ଷା, ଏକାସାଙ୍ଗରେ ଆସୁଛି ଦୁଇଟି ଲଘୁଚାପ
ଆଜି ସକାଳୁ ସକାଳୁ ରାଜଧାନୀ ଭୁବନେଶ୍ୱରରେ ପ୍ରବଳ ବର୍ଷା ହୋଇଛି। ପାଗ ମେଘୁଆ ଥିଲେ ମଧ୍ୟ ଗରମ ଜାରି ରହିଛି। ଭାରତ ପାଣିପାଗ ବିଭାଗର ତଥ୍ୟ ଅନୁଯାୟୀ, ଆଗାମୀ ଦୁଇ ଘଣ୍ଟା ମଧ୍ୟରେ ଆପଣଙ୍କ ଅଞ୍ଚଳରେ ବଜ୍ରପାତ ସହିତ ବର୍ଷା ଓ ପବନ ହେବାର ସମ୍ଭାବନା ଅଛି । ତେଣୁ ,ଏଥିପ୍ରତି ସତର୍କ ରହିବାକୁ ପାଣିପାଗ ବିଭାଗ ସତର୍କ କରି ଦିଆଯାଇଛି।
ପୂର୍ବକେନ୍ଦ୍ରୀୟ ଆରବ ସାଗର ପାର୍ଶ୍ଵବର୍ତ୍ତୀ ଉତ୍ତର କର୍ଣ୍ଣାଟକ ଓ ଗୋଆ ଉପକୂଳ ଅଞ୍ଚଳରେ ବାୟୂମଣ୍ଡଳର ମଧ୍ୟଭାଗ ଯାଏଁ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ଆସନ୍ତା ୧୨ ଘଣ୍ଟା ଭିତରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି । ପରବର୍ତ୍ତୀ ସମୟରେ ଏହି ଲଘୁଚାପ କ୍ଷେତ୍ର ଉତ୍ତର ଦିଗରେ ଗତି କରିବ । ଆହୁରି ଘନୀଭୂତ ହେବା ସହ ଏହା ପରବର୍ତ୍ତୀ ୩୬ ଘଣ୍ଟା ମଧ୍ୟରେ ଅବପାତରେ ପରିଣତ ହେବା ସମ୍ଭାବନା ରହିଛି। ମେ ୨୭ ବେଳକୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ତଥା ସଂଲଗ୍ନ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ପାଣିପାଗ ବିଭାଗ ପକ୍ଷରୁ ବିଜୁଳି, ଘଡ଼ଘଡ଼ି ପାଇଁ ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଥିବା ବେଳେ ଗ୍ରୀଷ୍ମ ପ୍ରବାହ ଓ ଆର୍ଦ୍ରତା ପାଇଁ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।