ଶନିବାର, ମାର୍ଚ୍ଚ 7, 2026 | Loading Time...
ଶନିବାର, ମାର୍ଚ୍ଚ 7, 2026 | Loading Time...

ଆଧାର କାର୍ଡ ନଥିଲେ ମଧ୍ୟ ସ୍କୁଲରେ ନାମଲେଖା ହୋଇପାରିବ: ମନ୍ତ୍ରୀ

ପ୍ରକାଶିତ: June 11, 2025, 6:27 PM | ଓଡିଶା ଜିଲ୍ଲା ସମାଚାର
ଆଧାର କାର୍ଡ ନଥିଲେ ମଧ୍ୟ ସ୍କୁଲରେ ନାମଲେଖା ହୋଇପାରିବ: ମନ୍ତ୍ରୀ

ବିଦ୍ୟାଳୟରେ ନାମ ଲେଖାଇବା ସମୟରେ ଆଧାର କାର୍ଡ ନିହାତି ଆବଶ୍ୟକ ନୁହେଁ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ତେବେ ଆଧାର କାର୍ଡ ନଥିବା ପିଲାମାନଙ୍କର ଆଧାର କାର୍ଡର ବ୍ୟବସ୍ଥା ରାଜ୍ଯ ସରକାର କରିବେ ବୋଲି ମନ୍ତ୍ରୀ କହିଛନ୍ତି।

ସ୍କୁଲ ଡ୍ରପ୍‌ ଆଉଟ୍ ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ସର୍ଭେ କରାଯାଇଛି। ଚାଇଲ୍ଡ ଟ୍ରାକିଂ ସର୍ଭେ ବିଭାଗ ତରଫରୁ କରାଯାଇଛି। ପିଲା କେଉଁ କାରଣରୁ ଡ୍ରପ୍ ଆଉଟ୍ ହେଉଛନ୍ତି ଏବଂ ସ୍କୁଲକୁ ଯାଉନାହାନ୍ତି ଏନେଇ ୧୮ ବର୍ଷ ବୟସର ପିଲା ମାନଙ୍କର ସର୍ଭେ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।

ପିଲାଙ୍କ ଡ୍ରପ୍ ଆଉଟ୍ ବିଷୟରେ ସୂଚନା ଦେଇ ମନ୍ତ୍ରୀ କହିଲେ ଘରକୁ ଘର ବୁଲି ଶିକ୍ଷକମାନେ ସର୍ବେକ୍ଷଣ କରିଛନ୍ତି। ସର୍ବେକ୍ଷଣ ରିପୋର୍ଟ ଆସିଲା ପରେ ଯାହା ପଦକ୍ଷେପ ନିଆଯିବ। ସରକାର ରିପୋର୍ଟକୁ ଅଧ୍ୟୟନ କରି କ’ଣ କରାଗଲେ ଡ୍ରପ୍ ଆଉଟ୍ କମିବ, ସେହି ଅନୁସାରେ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।

ସେହିପରି ଏସସି ଏସଟି ଛାତ୍ରଛାତ୍ରୀଙ୍କ ଡ୍ରପ୍ ଆଉଟ୍ କମାଇବା ପାଇଁ ସରକାର ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା କରିଛନ୍ତି। ସରକାରଙ୍କ ଏଭଳି ପଦକ୍ଷେପ ପାଇଁ ଚଳିତ ଥର ପ୍ରାଥମିକ ସ୍ତରରେ ଅଧିକ ପିଲା ବିଦ୍ୟାଳୟରେ ନାମ ଲେଖାଇଥିବା ମନ୍ତ୍ରୀ ଶ୍ରୀ ଗଣ୍ଡ ପ୍ରକାଶ କରିଛନ୍ତି।