ଶନିବାର, ମାର୍ଚ୍ଚ 7, 2026 | Loading Time...
ଶନିବାର, ମାର୍ଚ୍ଚ 7, 2026 | Loading Time...

ମାଓବାଦୀ ଲୁଟିନେଲେ ଟ୍ରକ ଭର୍ତ୍ତି ବିସ୍ଫୋଟକ

ପ୍ରକାଶିତ: May 28, 2025, 2:00 PM | ଓଡିଶା ଜିଲ୍ଲା ସମାଚାର
ମାଓବାଦୀ ଲୁଟିନେଲେ ଟ୍ରକ ଭର୍ତ୍ତି ବିସ୍ଫୋଟକ

ଓଡ଼ିଶାରେ ମାଓବାଦୀମାନେ ପୁଣି ଥରେ ସୁରକ୍ଷା ବ୍ୟବସ୍ଥାକୁ ଚାଲେଞ୍ଜ ଦେଇଛନ୍ତି। ଆଜି ସକାଳେ ଏକ ଟ୍ରକରେ ଦେଢ଼ ଟନ୍ ବିସ୍ଫୋଟକ ସୁନ୍ଦରଗଡ଼ ଜିଲ୍ଲା ଵାଙ୍କୋ ପଥର ଖଣିକୁ ଯାଉଥିଲା। ମାଓବାଦୀମାନେ ବିସ୍ପୋଟକ ଭର୍ତ୍ତି ଟ୍ରକଟିକୁ କେ.ଵଲାଙ୍ଗ ଥାନା ଅଞ୍ଚଳରେ ଅଟକାଇ ଡ୍ରାଇଭରକୁ କାଵୁ‌ କରିନେବା ସହ ଟ୍ରକଟିକୁ ସରଣ୍ଡା ଜଙ୍ଗଲ ଆଡ଼କୁ ନେଇଯାଇଛନ୍ତି। ଏହି ଘଟଣା ଜଣାପଡିବା ପରେ ଓଡ଼ିଶା ଓ ଝାଡ଼ଖଣ୍ଡ ପୋଲିସ ହାଇ ଆଲର୍ଟରେ ରହିଥିବା ବେଳେ ସର୍ଚ୍ଚ ଅପରେସନ ଆରମ୍ଭ କରିଛି।