ଶନିବାର, ମାର୍ଚ୍ଚ 7, 2026 | Loading Time...
ଶନିବାର, ମାର୍ଚ୍ଚ 7, 2026 | Loading Time...

ଭାରୀ ପଡ଼ିବ କି ମଧ୍ୟପ୍ରଦେଶର ଉପମୁଖ୍ୟମନ୍ତ୍ରୀ ଜଗଦୀଶ ଦେବଡ଼ାଙ୍କ ବୟାନ?

ପ୍ରକାଶିତ: May 16, 2025, 6:51 PM | ଜାତୀୟ
ଭାରୀ ପଡ଼ିବ କି ମଧ୍ୟପ୍ରଦେଶର ଉପମୁଖ୍ୟମନ୍ତ୍ରୀ ଜଗଦୀଶ ଦେବଡ଼ାଙ୍କ ବୟାନ?


ଶୁକ୍ରବାର ଜବଲପୁରର ଏକ କାର୍ଯ୍ୟକ୍ରମରେ ମଧ୍ୟପ୍ରଦେଶର ଉପମୁଖ୍ୟମନ୍ତ୍ରୀ ଜଗଦୀଶ ଦେବଡ଼ା ଭାରତୀୟ ସେନା ଏବଂ ଏହାର ସୈନିକମାନେ 'ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଦ ତଳେ ନତମସ୍ତକ' ବୋଲି କହିବା ପରେ ଏହାକୁ ନେଇ ସମଗ୍ର ଦେଶରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହି ବୟାନକୁ ବିରୋଧୀ କଂଗ୍ରେସ ଦଳ ଭାରତୀୟ ସେନା ବାହିନୀର ଅପମାନ ବୋଲି କହିଛି । ଏହାକୁ ନେଇ ରାଜନୈତିକ ଉତ୍ତେଜନା ବୃଦ୍ଧି ପାଇବା ପରେ ଦେବଡ଼ା କ୍ଷମା ମାଗିଥିବା ଜଣାପଡ଼ିଛି । ବିଜେପି ନେତାଙ୍କ ଏଭଳି ଦାୟିତ୍ୱହୀନ ମନ୍ତବ୍ୟ ବିଜେପିର ଅହଂକାରକୁ ସୂଚାଉଛି ବୋଲି ରାଜନୈତିକ ତଥା ସାଧାରଣରେ ମତ ପ୍ରକାଶ ପାଇଛି ।