ବିକ୍ରମ ମିସ୍ରିଙ୍କୁ ଟ୍ରୋଲିଂ: ଚାରିଆଡ଼ୁ ନିନ୍ଦା

Published on: 2025-05-13 03:34:00
ବିକ୍ରମ ମିସ୍ରିଙ୍କୁ ଟ୍ରୋଲିଂ: ଚାରିଆଡ଼ୁ ନିନ୍ଦା

ନୂଆଦିଲ୍ଲୀ, ୧୩।୫ (ପି.ଟି.): ଉଭୟ ଭାରତ ଏବଂ ପାକିସ୍ତାନ ଅସ୍ତ୍ରବିରତି ନେଇ ସହମତ ହୋଇଛନ୍ତି ବୋଲି ଶନିବାର ବହିର୍ବ୍ୟାପାର ସଚିବ ବିକ୍ରମ ମିସ୍ରି ଘୋଷଣା କରିଥିଲେ। ଏହାପରେ ତାଙ୍କୁ ଅନ୍‌ଲାଇନ ଟ୍ରୋଲିଂର ସାମ୍‌ନା କରିବାକୁ ପଡ଼ିଥିଲା। ଟ୍ରୋଲର୍ସମାନେ ମିସ୍ରିଙ୍କ ସମେତ ତାଙ୍କ ଝିଅ ଏବଂ ତାଙ୍କର ପୂରା ପରିବାରକୁ ଟାର୍ଗେଟ କରିଥିଲେ। ଏହି ଘଟଣା ପରେ ଦେଶର ଅନେକ ବରିଷ୍ଠ କୂଟନୀତିଜ୍ଞ ଏବଂ ରାଜନେତାମାନେ ମିସ୍ରିଙ୍କୁ ସମର୍ଥନ କରିବା ସହ ତାଙ୍କୁ କରାଯାଉଥିବା ଟ୍ରୋଲିଂକୁ ନିନ୍ଦା କରିଛନ୍ତି। ଆସୋସିଏଶନ ଅଫ୍‌ ଇଣ୍ଡିଆନ୍‌ ଡିପ୍ଲୋମାଟ, ଆଇଏଏସ୍‌ ଏବଂ ଆଇପିଏସ୍‌ ଆସୋସିଏଶନ ଅଫ୍‌ ଇଣ୍ଡିଆ ପରି ସଙ୍ଗଠନ ପକ୍ଷରୁ ମଧ୍ୟ ମିସ୍ରିଙ୍କୁ କରାଯାଉଥିବା ଏହି ଟ୍ରୋଲ୍‌କୁ ନିନ୍ଦା କରାଯାଇଛି। ପୂର୍ବତନ ବହିର୍ବ୍ୟାପାର ସଚିବ ନିରୁପମା ମେନନ୍‌ ରାଓ ମିସ୍ରି ଏବଂ ତାଙ୍କ ପରିବାରକୁ କରାଯାଉଥିବା ଟ୍ରୋଲିଂକୁ ଲଜ୍ଜାଜନକ କହିବା ସହ ଏହା ଶାଳୀନତାର ସମସ୍ତ ସୀମାକୁ ପାର୍‌ କରିଥିବା କହିଛନ୍ତି। ସେ ଏକ୍ସ’ରେ ଲେଖିଛନ୍ତି, ମିସ୍ରି ଜଣେ ଉତ୍ସର୍ଗୀକୃତ କୂଟନୀତିଜ୍ଞ, ଯିଏ ଦୃଢ଼ତାର ସହ ଅନେକ ବର୍ଷ ଧରି ଭାରତକୁ ନିଜର ସେବା ଦେଇ ଆସୁଛନ୍ତି। ତାଙ୍କୁ ସମାଲୋଚନା କରିବା ପାଇଁ କାହାର ଅଧିକାର ନାହିଁ। ଘଟଣାକୁ ନେଇ ଜାତୀୟ ମହିଳା ଆୟୋଗ (ଏନ୍‌ସିଡବ୍ଲ୍ୟୁ) ପକ୍ଷରୁ ଏକ ବିବୃତି ଜାରିକରି କୁହାଯାଇଛି, ମିସ୍ରିଙ୍କ ପରିବାର ଓ ଖାସ୍‌କରି ତାଙ୍କ ଝିଅଙ୍କୁ ନେଇ ସୋସିଆଲ ମିଡିଆରେ କରାଯାଉଥିବା ଅଶ୍ଲୀଳ ପୋଷ୍ଟ ଓ ଟ୍ରୋଲିଂକୁ ଏନ୍‌ସିଡବ୍ଲ୍ୟୁ କଡ଼ା ଭାଷାରେ ନିନ୍ଦା କରୁଛି। ମିସ୍ରିଙ୍କ ଝିଅଙ୍କ ବ୍ୟକ୍ତିଗତ ତଥ୍ୟ ସୋସିଆଲ ମିଡିଆରେ ଶେୟାର କରିବା ଏକ ଦାୟିତ୍ୱହୀନ କାର୍ଯ୍ୟ। ଏହା ତାଙ୍କ ଗୋପନୀୟତାକୁ ଗୁରୁତର ଉଲ୍ଲଂଘନ କରୁଛି, ଯାହା ଆଗାମୀ ଦିନରେ ତାଙ୍କ ସୁରକ୍ଷାକୁ ବିପଦରେ ପକାଇବାର ସମ୍ଭାବନା ରହିଛି। ସୋମବାର ଅନେକ ରାଜନେତା ମଧ୍ୟ ମିସ୍ରିଙ୍କ ସମର୍ଥନରେ ବାହାରିଛନ୍ତି। ଏଆଇଏମ୍‌ଆଇଏମ୍‌ ମୁଖ୍ୟ ଅସଦୁଦ୍ଦିନ ଓଓ୍ବାଇସି କହିଛନ୍ତି, ମିସ୍ରି ଜଣେ ପରିଶ୍ରମୀ ଏବଂ ସଚ୍ଚୋଟ ଅଧିକାରୀ। କେନ୍ଦ୍ର ସରକାରଙ୍କ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତିକୁ ଘୋଷଣା କରିବା ପାଇଁ ତାଙ୍କୁ ଟ୍ରୋଲ୍‌ କରିବା ଅନୁଚିତ। ସମାଜବାଦୀ ପାର୍ଟି (ଏସ୍‌ପି) ମୁଖ୍ୟ ଅଖିଳେଶ ଯାଦବ ଏକ୍ସ’ରେ ଲେଖିଛନ୍ତି, କୌଣସି ଅଧିକାରୀ ନିଷ୍ପତ୍ତି ନିଅନ୍ତି ନାହିଁ। ପାକିସ୍ତାନ ସହ ଅସ୍ତ୍ରବିରତିର ନିଷ୍ପତ୍ତି କେନ୍ଦ୍ର ସରକାରଙ୍କର ଥିଲା। ଏଥିପାଇଁ ମିସ୍ରିଙ୍କୁ ଦୋଷ ଦିଆଯାଇପାରିବ ନାହିଁ। ତେବେ ମିସ୍ରିଙ୍କ ସମ୍ମାନହାନି କରୁଥିବା ଅସାମାଜିକ ତତ୍ତ୍ୱଙ୍କ ବିରୋଧରେ କେନ୍ଦ୍ର ସରକାର କାହିଁକି ଚୁପ୍‌ ବସିଛନ୍ତି ବୋଲି ଅଖିଳେଶ ପ୍ରଶ୍ନ କରିଛନ୍ତି। ତେବେ ମିସ୍ରି ଏବଂ ତା

                   
Related Articles
Back to Home