ଆସୁଛି ‘ମୋନ୍ଥା’- ଉପୁଡିଲାଣି ଗଛ, ଅନେକ ଜିଲ୍ଲାରେ ଭୂସ୍ଖଳନ
ଭୁବନେଶ୍ବର, ୨୮। ୧୦: ସମୁଦ୍ର ଆଡୁ ଆଗକୁ ଆଗକୁ ମାଡି ଆସୁଛି ବାତ୍ୟା ‘ମୋନ୍ଥା’। ଧୀରେ ଧୀରେ ଉପକୂଳ ଆଡକୁ ଗତି କରୁଥିବା ବେଳେ ଏହାର ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ବର୍ଷା ଯୋଗୁଁ ଗଜପତି ଏବଂ ରାୟଗଡ଼ା ଭଳି ଜିଲ୍ଲାରେ ଭୂସ୍ଖଳନ, ଗଛ ଉପୁଡ଼ି ପଡ଼ିବା ଏବଂ ଘର କ୍ଷତିଗ୍ରସ୍ତ ହୋଇଥିବା ନଜର ଆସିଛି। ପ୍ରବଳ ବର୍ଷା ଫଳରେ ଗଜପତି ଜିଲ୍ଲାର କେତେକ ସ୍ଥାନରେ ହୋଇ ମୁଖ୍ୟ ରାସ୍ତାଗୁଡ଼ିକୁ ଅବରୋଧ ହୋଇଛି। ରାୟଗଡ଼ା ଜିଲ୍ଲାର କେତେକ ସ୍ଥାନରେ ମଧ୍ୟ ଗଛ ଉପୁଡ଼ି ପଡିବା ସହ ଯାତାୟାତ ବାଧାପ୍ରାପ୍ତ ହୋଇଛି।
ରାୟଗଡ଼ା ଜିଲ୍ଲାର ଗୁଣୁପୁର, ଗୁଡାରି ଏବଂ ରାମନାଗୁଡ଼ା ଆଦି ଅଞ୍ଚଳରେ ଉପୁଡ଼ି ରାସ୍ତା ଅବରୋଧ କରିଛି। ତେବେ ତୁରନ୍ତ ପୁନରୁଦ୍ଧାର କାର୍ଯ୍ୟ ପାଇଁ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି ଜିଲ୍ଲା ପ୍ରଶାସନ ପକ୍ଷରୁ ନିୟୋଜିତ ଟିମ୍। ଅଧିକାରୀମାନେ କହିଛନ୍ତି ଯେ ଗଜପତି ଜିଲ୍ଲାର କାଶୀନଗର ବ୍ଲକର ପାର୍ତୋଡା ପଞ୍ଚାୟତ ଅନ୍ତର୍ଗତ ଲିଙ୍ଗା-ବାରଭା ରାସ୍ତା ପାର୍ଶ୍ୱରେ ଏକ ପାହାଡ଼ର କିଛି ଅଂଶ ଧସି ପଡ଼ିଥିବାରୁ ରାସ୍ତା ବନ୍ଦ ହୋଇ ରହିଛି।