ଶନିବାର, ମାର୍ଚ୍ଚ 7, 2026 | Loading Time...
ଶନିବାର, ମାର୍ଚ୍ଚ 7, 2026 | Loading Time...

କଟକ ସହରରେ କୋଭିଡ୍ -୧୯ ମାମଲା ଚିହ୍ନଟ

ପ୍ରକାଶିତ: May 30, 2025, 11:02 PM | କଟକ
କଟକ ସହରରେ କୋଭିଡ୍ -୧୯ ମାମଲା ଚିହ୍ନଟ



କଟକ ସହରରେ ଗୋଟିଏ କୋଭିଡ୍ -୧୯ ମାମଲା ଚିହ୍ନଟ ହୋଇଛି। ସହରର ଜଣେ ୪୪ ବର୍ଷୀୟ ବ୍ୟକ୍ତି ଫ୍ଲୁ ପରି ଲକ୍ଷଣ ଦେଖାଇବା ପରେ କୋଭିଡ୍ -୧୯ ପାଇଁ ପରୀକ୍ଷା କରାଇଥିଲେ। ସେଠାରୁ ତାଙ୍କର କୋଭିଡ୍ ପଜିଟିଭ୍ ଥିବା ଜଣାପଡ଼ିଥିଲା ବୋଲି କଟକ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା ପ୍ରଶାନ୍ତ ହୋତା ସୂଚନା ଦେଇଛନ୍ତି।

ରୋଗୀ ଏବେ ଘରେ କ୍ୱାରେଣ୍ଟାଇନ୍ ଏବଂ ଚିକିତ୍ସାଧୀନ ଅଛନ୍ତି। ତାଙ୍କ ଅବସ୍ଥା ଏବେ ସ୍ଥିର ରହିଛି। ତେବେ ରୋଗୀଙ୍କ କୌଣସି ଯାତ୍ରା ଇତିହାସ ନାହିଁ ବୋଲି ସିଡିଏମ୍ଓ ପ୍ରକାଶ କହିଛନ୍ତି। ରୋଗୀଙ୍କ କୌଣସି ଯାତ୍ରା ଇତିହାସ ନଥାଇ କୋଭିଡ୍ ପଜିଟିଭ୍ ବାହାରିବା ଚିନ୍ତାର କାରଣ ହୋଇଛି।