ଯାଜପୁର, କେନ୍ଦୁଝର ପରେ ଭଦ୍ରକରେ ବ୍ୟାପିଲା ହଇଜା
ଯାଜପୁର ଓ କେନ୍ଦୁଝର ଜିଲ୍ଲା ପରେ ଏବେ ଭଦ୍ରକ ଜିଲ୍ଲାରେ ବ୍ୟାପିଲାଣି ହଇଜା। ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ଓ ପରେ ଏବେ ଧାମନଗରରେ ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି। ଏଥିପାଇଁ ଭଦ୍ରକ ଉପ ଜିଲ୍ଲାପାଳଙ୍କ ନେତୃତ୍ୱରେ ସ୍ୱାସ୍ଥ୍ୟ ବିଭାଗ ଓ ପୌରପାଳିକା ଏନଫୋର୍ସମେଣ୍ଟ ଟିମ୍ ପକ୍ଷରୁ ଭଦ୍ରକ ସହର ନୂଆବଜ଼ାର କଚେରୀ ବଜ଼ାର ବନ୍ତ ଛକ ବିଭିନ୍ନ ଅଞ୍ଚଳରେ ହୋଟେଲ ଜଳଖିଆ ଦୋକାନ ଗୁଡ଼କରେ ଚଢ଼ଉ କରାଯାଉଛି।
ଏହି ଚଢ଼ଉ ସମୟରେ ଖାଦ୍ୟର ମାନ ଯାଞ୍ଚ କରାଯାଉଥିବା ବେଳେ ବାସୀ ଖାଦ୍ୟ ବିକ୍ରି କରୁଥିବା ଦୋକାନୀଙ୍କ ଉପରେ ଫାଇନ ଆଦାୟ କରାଯାଉଛି। ଭଦ୍ରକ ଜିଲ୍ଲାରେ ଝାଡାବାନ୍ତି ଆଜ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ସଚେତନ ପାଇଁ ନିଆ ଯାଉଛି ବିଭିନ୍ନ ପଦକ୍ଷେପ ବୋଲି କହିଛନ୍ତି ଭଦ୍ରକ ସିଡିଏମଓ।