ବୁଧବାର, ଅଗଷ୍ଟ 5, 2026 | Loading Time...
ବୁଧବାର, ଅଗଷ୍ଟ 5, 2026 | Loading Time...

ଆରସିବିର ବିଜୟ ଶୋଭାଯାତ୍ରା ପୂର୍ବରୁ ଦଳାଚକଟା: ୧୦ ମୃତ

ପ୍ରକାଶିତ: June 4, 2025, 6:59 PM | କ୍ରିକେଟ୍
ଆରସିବିର ବିଜୟ ଶୋଭାଯାତ୍ରା ପୂର୍ବରୁ ଦଳାଚକଟା: ୧୦ ମୃତ


ଆଇପିଏଲ ଚମ୍ପିୟାନ ରୟାଲ ଚାଲେଞ୍ଜର ବାଙ୍ଗାଲୋ(ଆସିବି)ର ବିଜୟ ଶୋଭାଯାତ୍ରା ପୂର୍ବରୁ ଦଳାଚକଟାରେ ଏବେ ସୁଦ୍ଧା ୧୦ଜଣ ଲୋକ ମୃତ୍ୟୁ ବରଣ କରିଥିବା ବେଳେ ବହୁ ଲୋକ ଆହତ ହୋଇଛନ୍ତି। ଆଜି ବାଙ୍ଗାଲୁରର ଚେନ୍ନାଇ ସ୍ଵାମୀ ଷ୍ଟାଡିୟମରୁ ଆରସିବିର ବିଜୟ ଶୋଭାଯାତ୍ରା ବାହାରିବାର ଥିଲା। ଏହି ଶୋଭାଯାତ୍ରା ପୂର୍ବରୁ ସେମାନଙ୍କର ପ୍ରିୟ ଖେଳାଳିଙ୍କୁ ଦେଖିବାପାଇଁ ଷ୍ଟାଡିୟମ ଭିତରକୁ ଯିବା ପାଇଁ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଥିଲା। ଷ୍ଟାଡିୟମ ଗେଟ୍ ରେ ଅସମ୍ଭାଳ ଭିଡ଼ ଯୋଗୁଁ ଦଳାଚକଟାରେ ୧୦ଜଣ ଲୋକ ମୃତ୍ୟୁବରଣ କରିଥିବାବେଳେ ଶତାଧିକ ଆହତ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ ଦୀର୍ଘ ୧୮ ଵର୍ଷ ପରେ ଆରସିବି ଏଥର ଆଇପିଏଲ ଚମ୍ପିୟାନ ହୋଇଥିବାରୁ ଲୋକଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଥିଲା।