ଶନିବାର, ମାର୍ଚ୍ଚ 7, 2026 | Loading Time...
ଶନିବାର, ମାର୍ଚ୍ଚ 7, 2026 | Loading Time...

ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡାରେ ଚମକିଲା ଓଡ଼ିଶା

ପ୍ରକାଶିତ: July 20, 2025, 11:25 AM | କ୍ରୀଡ଼ା
ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡାରେ ଚମକିଲା ଓଡ଼ିଶା


କିଟ୍ ଖେଳାଳିଙ୍କ କାମାଲ: ଟେବୁଲ ଟେନିସ୍ ଏବଂ ବ୍ୟାଡମିଣ୍ଟନରେ ଭାରତ କ୍ୱାର୍ଟରଫାଇନାଲରେ 

ଜର୍ମାନୀରେ ଚାଲିଥିବା ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ଭାରତୀୟ ବାଳିକା ଟେବୁଲ୍ ଟେନିସ୍ ଦଳ ଏବଂ ବାଳକ ବ୍ୟାଡମିଣ୍ଟନ୍ ଦଳ ଉଭୟ କ୍ୱାର୍ଟରଫାଇନାଲରେ ପ୍ରବେଶ କରି ଇତିହାସ ସୃଷ୍ଟି କରିଛନ୍ତି। 

FISU ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ଏହି ସଂସ୍କରଣରେ ଅନେକ ଇଭେଣ୍ଟରେ ଭାରତର ବ୍ୟାପକ ସଫଳତା ପ୍ରଦର୍ଶନ କରିଛି। ଆଜିର ଆକର୍ଷଣୀୟ ପ୍ରଦର୍ଶନକାରୀଙ୍କ ମଧ୍ୟରେ ଥିଲେ KIIT ଛାତ୍ର ଅବିନାଶ ମହାନ୍ତି। ଅବିନାଶ ପୁରୁଷ ଡବଲ୍ସ ବ୍ୟାଡମିଣ୍ଟନ ମ୍ୟାଚରେ ଚମତ୍କାର ପ୍ରଦର୍ଶନ କରି ଭାରତୀୟ ଦଳକୁ କ୍ୱାର୍ଟରଫାଇନାଲରେ ପହଞ୍ଚିବାରେ ସାହାଯ୍ୟ କରିଥିଲେ। ଆଗାମୀ କ୍ୱାର୍ଟରଫାଇନାଲ ମୁକାବିଲାରେ ଭାରତ ପରବର୍ତ୍ତୀ ସମୟରେ ଏସୀୟ କ୍ରୀଡ଼ାର ଶକ୍ତିଶାଳୀ ମାଲେସିଆକୁ ଭେଟିବ।

ଜୁଲାଇ ୨୧ ତାରିଖରେ ଆଥଲେଟିକ୍ସ ଏବଂ ତୀରନ୍ଦାଜୀ ଆରମ୍ଭ ହେବାକୁ ଯାଉଛି। ତେବେ ସମସ୍ତଙ୍କ ନଜର ରହିଛି KIITର ଅନ୍ତର୍ଜାତୀୟ ସ୍ପ୍ରିଣ୍ଟ ସେନସେସନ୍ ଅନିମେଶ କୁଜୁରଙ୍କ ଉପରେ। ଅନିମେଶ ୧୦୦ ମିଟର, ୨୦୦ ମିଟର ଏବଂ ୪ ଗୁଣା ୧୦୦ ମିଟର ରିଲେ ଇଭେଣ୍ଟରେ ତାଙ୍କର ଅଭିଯାନ ଆରମ୍ଭ କରିବେ।

ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡାରେ ଓଡ଼ିଶା ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛି। ଓଡ଼ିଶାକୁ ପ୍ରତିନିଧିତ୍ୱ କରୁଥିବା ୪୨ ଜଣ ଖେଳାଳିଙ୍କ ମଧ୍ୟରୁ ୪୦ ଜଣ ହେଉଛନ୍ତି କେବଳ କିଟ ବିଶ୍ୱବିଦ୍ୟାଳୟର। ଏହି ସଫଳତାର କେନ୍ଦ୍ରରେ ଓଡ଼ିଶା ଏବଂ KIIT ବିଶ୍ୱବିଦ୍ୟାଳୟ ରହିଛି ବୋଲି କୁହାଯାଉଛି। 

ଭାରତୀୟ ଖେଳାଳି ବିଶେଷ କରି କିଟ ଖେଳାଳିଙ୍କ ସଫଳତାରେ ସନ୍ତୋଷ ବ୍ୟକ୍ତ କରି କିଟ ଓ କିସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସମସ୍ତ ଖେଳାଳିଙ୍କୁ ଧନ୍ୟବାଦ ଜଣାଇଛନ୍ତି ।