ଏହି ଦିନଠାରୁ ପୁଣି ଆରମ୍ଭ ହେବ IPL 2025, ଜୁନ୍ ୩ରେ ଫାଇନାଲ: ବିସିସିଆଇ
Published on: 2025-05-13 03:36:00

ମୁମ୍ବାଇ,୧୨ା୫: ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଘୋଷଣା କରିଛି ଯେ, ସ୍ଥଗିତ ହୋଇଥିବା ଇଣ୍ଡିଆନ୍ ପ୍ରିମିଅର ଲିଗ୍ (ଆଇପିଏଲ୍) ୨୦୨୫ ଆସନ୍ତା ମେ ୧୭ ତାରିଖଠାରୁ ପୁଣି ଆରମ୍ଭ ହେବ। ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ଜୁନ୍ ୩ ତାରିଖରେ ଅନୁଷ୍ଠିତ ହେବ ବୋଲି ବିସିସିଆଇ ସୂଚନା ଦେଇଛି।
ଭାରତ-ପାକିସ୍ତାନ ସୀମାରେ ଉତ୍ତେଜନା ଯୋଗୁଁ ମେ ୯ ତାରିଖରେ ଆଇପିଏଲ୍ ଏକ ସପ୍ତାହ ପାଇଁ ସ୍ଥଗିତ ହୋଇଥିଲା। ଧରମଶାଳାରେ ପଞ୍ଜାବ କିଙ୍ଗସ୍ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଉଥିବା ମ୍ୟାଚ୍ ସୁରକ୍ଷା କାରଣରୁ ମଝିରେ ବନ୍ଦ ହୋଇଯାଇଥିଲା। ତେବେ ଶନିବାର ଦିନ ଉଭୟ ଦେଶ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ ବିସିସିଆଇ ଟୁର୍ଣ୍ଣାମେଣ୍ଟକୁ ପୁନଃ ଆରମ୍ଭ କରିବା ପାଇଁ ଯୋଜନା କରିଛି।