ଶନିବାର, ମାର୍ଚ୍ଚ 7, 2026 | Loading Time...
ଶନିବାର, ମାର୍ଚ୍ଚ 7, 2026 | Loading Time...

ଏସିଆ ରଗ୍‍ବୀ ଏମିରେଟସ ସେଭେନ୍‍ସ ଟ୍ରଫି ୨୦୨୫ ଭାରତକୁ ରୌପ୍ୟ

ପ୍ରକାଶିତ: October 28, 2025, 8:41 PM | କ୍ରୀଡ଼ା
ଏସିଆ ରଗ୍‍ବୀ ଏମିରେଟସ ସେଭେନ୍‍ସ ଟ୍ରଫି ୨୦୨୫  ଭାରତକୁ ରୌପ୍ୟ


ଭୁବନେଶ୍ୱର, ୨୮ । ୧୦: ଓମାନ୍‍ର ମସକାଟ୍‍ଠାରେ ଅକ୍ଟୋବର ୨୫ ଓ ୨୬ ଦୁଇଦିନ ବ୍ୟାପୀ ଅନୁଷ୍ଠିତ ଏସିଆ ରଗ୍‍ବୀ ଏମିରେଟସ୍‍ ସେଭେନ୍‍ସ ଟ୍ରଫି ୨୦୨୫ ଶେଷ ହୋଇଛି । ଏଥିରେ ଭାରତ ରୌପ୍ୟ ପଦକ ହାସଲ କରିଛି । ଭାରତୀୟ ଦଳରେ ସ୍ଥାନ ପାଇଥିବା କିସ୍‍ର ୩ ଜଣ ଖେଳାଳି ଆଶିଷ ଶବର, ଗଣେଶ ଧାଙ୍ଗଡ଼ା ମାଝୀ ଓ ଯୁଗଳ କିଶୋର ମାଝୀଙ୍କ ଚମତ୍କାର ପ୍ରଦର୍ଶନ ଭାରତକୁ ଫାଇନାଲ୍‍ ମ୍ୟାଚ୍‍ ପର୍ଯ୍ୟନ୍ତ ପହଞ୍ଚାଇ ପାରିଥିଲା । ପ୍ରଥମ ମ୍ୟାଚ୍‍ ଭାରତ ଓ ଲେବାନନ୍‍ ମଧ୍ୟରେ ଅନୁଷ୍ଠିତ ହୋଇଥିଲେ । ଏଥିରେ ଭାରତ ୧୪ ପଏଣ୍ଟ ହାସଲ କରିଥିବା ବେଳେ ଲେବାନନ୍‍ ୧୦ ପଏଣ୍ଟ ହାସଲ କରିଥିଲା । ସେହିପରି ଦ୍ୱିତୟ ମ୍ୟାଚ୍‍ ଭାରତ ଓ ଆଫଗାନିସ୍ଥାନ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏଥିରେ ଆଫଗାନିସ୍ଥାନ ମାତ୍ର ୫ ପଏଣ୍ଟ ହାସଲ କରିବାକୁ ସକ୍ଷମ ହୋଇଥିବା ବେଳେ ଭାରତ ସର୍ବାଧିକ ୨୬ ପଏଣ୍ଟ ହାସଲ୍‍ କରିଥିଲା । ତୃତୀୟ ମ୍ୟାଚ୍‍ ଭାରତ ଓ ଇରାନ୍‍ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଭାରତ ୨୧ ପଏଣ୍ଟ ଓ ଇରାନ୍‍ ମାତ୍ର ୭ ପଏଣ୍ଟ ପାଇଥିଲା । ସେମିଫାଇନାଲ୍‍ ମ୍ୟାଚ୍‍ରେ ଭାରତ ଓ ସାଉଦିଆରବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସାଉଦିଆରବ କୌଣସି ପଏଣ୍ଟ ହାସଲ କରିବା ସକ୍ଷମ ହୋଇନଥିଲା । ଭାରତ ଏଥରେ ୧୭ ପଏଣ୍ଟ ହାସଲ କରିଥିଲେ । ଫାଇନାଲ୍‍ ମ୍ୟାଚ୍‍ ଭାରତ ଓ କାଜାଖାସ୍ତାନ ମଧ୍ୟରେ କଡ଼ା ମୁକାବିଲା ହୋଇଥିଲେ ମଧ୍ୟ ରୌପ୍ୟ ପଦକରେ ଭାରତ ସନ୍ତୁଷ୍ଟ ହୋଇଛି । ଏଥିରେ ଖୁସି ବ୍ୟକ୍ତ କରି କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଭାରତୀୟ ରଗ୍‍ବୀ ଦଳକୁ ଶୁଭେଚ୍ଛା ଜଣାଇବା ସହ କିସ୍‍ର ୩ଜଣ ଖେଳାଳିଙ୍କ ଉନ୍ନତ ପ୍ରଦର୍ଶନକୁ ପ୍ରଶଂସା କରିଛନ୍ତି ।