ଆଜିଠୁ ବୁଧଙ୍କ ବକ୍ରୀ ଚଳନ: ବଦଳାଇବ ଏହି ୫ଟି ରାଶିର ଭାଗ୍ୟ
ଆଜିଠୁ ବୁଧଙ୍କ ବକ୍ରୀ ଚଳନ
ବଦଳାଇବ ଏହି ୫ଟି ରାଶିର ଭାଗ୍ୟ
କ୍ୟାରିୟର ଓ ବ୍ୟବସାୟରେ କରିବେ ଉନ୍ନତି
ବୁଧ ଗ୍ରହ ଆଜି ମଧ୍ୟାହ୍ନ ୧୨ଟା ୪୧ ମିନିଟ୍ରେ ବକ୍ରୀ ଚଳଣ ଆରମ୍ଭ କରିଛନ୍ତି । ବୁଧ ଗ୍ରହ ତୁଳା ରାଶିରେ ବକ୍ରୀ ହେବେ । ବୁଧ ୧୩ ନଭେମ୍ବର ପର୍ଯ୍ୟନ୍ତ ବକ୍ରୀ ଅବସ୍ଥାରେ ରହିବେ । ବୁଧ ଗ୍ରହକୁ ବୁଦ୍ଧି, ବ୍ୟାପାର ଏବଂ ବାଣୀର କାରକ ଗ୍ରହ ବୋଲି ମାନାଯାଏ । ବୁଧ ବକ୍ରୀଙ୍କ ପ୍ରଭାବରେ ଅନେକ ରାଶିର ଲୋକଙ୍କୁ ଚାକିରି ଏବଂ ବ୍ୟବସାୟରେ ସଫଳତା ମିଳିବ । ଏହି ଭାଗ୍ୟଶାଳୀ ରାଶିଗୁଡ଼ିକର ଆର୍ଥିକ ସ୍ଥିତି ମଜବୁତ ହେବ ।
ବୁଧ ଗ୍ରହ ବକ୍ରୀ ହେବା ଫଳରେ ମେଷ, କର୍କଟ, ତୁଳା, ବିଛା ଏବଂ ମକର ରାଶିର ଲୋକଙ୍କୁ ଲାଭ ମିଳିବ । ଏହି ଲୋକମାନଙ୍କୁ ଭାଗ୍ୟର ସମ୍ପୂର୍ଣ୍ଣ ସହଯୋଗ ମିଳିବ । ଏହି ରାଶିଗୁଡ଼ିକୁ କାରବାର ବା ନେଣଦେଣରେ ଲାଭ ହେବ । ଆର୍ଥିକ ମାମଲାରେ ସେମାନେ ଉନ୍ନତି କରିପାରିବେ ।
ମେଷ ରାଶି: ମେଷ ରାଶିର ବ୍ୟକ୍ତିବିଶେଷଙ୍କୁ ବ୍ୟବସାୟରେ ଉନ୍ନତି ମିଳିପାରେ । ନୂଆ କାମ କରିବା ଦ୍ୱାରା ଫାଇଦା ହେବ । ଚାକିରିରେ ଆଗକୁ ବଢ଼ିବାର ସୁଯୋଗ ମିଳିବ । ବ୍ୟବସାୟୀମାନଙ୍କ ପାଇଁ ସମୟ ବହୁତ ଭଲ ରହିବ । କୌଣସି ବଡ଼ ଡିଲ୍ (ଚୁକ୍ତି) ହେବା ଫଳରେ ମୋଟା ଅଙ୍କର ମୁନାଫା ହେବ। ଆପଣଙ୍କର ଅଟକି ରହିଥିବା କାମ ସବୁ ପୂରଣ ହେବ ।
କର୍କଟ ରାଶି: କର୍କଟ ରାଶିର ଲୋକଙ୍କୁ ଆର୍ଥିକ ସ୍ତରରେ ଲାଭ ମିଳିବ। ଆପଣଙ୍କ ପାଇଁ ସମୟ ଅନୁକୂଳ ରହିବ । କାର୍ଯ୍ୟକ୍ଷେତ୍ରରେ ଉପରିସ୍ଥ ଅଧିକାରୀମାନଙ୍କର ସହଯୋଗ ମିଳିପାରେ । ନିବେଶରୁ ଲାଭ ହୋଇପାରେ । ତେବେ, ଆପଣ ନିବେଶ ସମ୍ବନ୍ଧୀୟ ନିଷ୍ପତ୍ତି ଚିନ୍ତାଧାରା କରି ନିଅନ୍ତୁ।
ତୁଳା ରାଶି: ବୁଧ ଗ୍ରହଙ୍କ ବକ୍ରୀ ଚଳନ ତୁଳା ରାଶିରେ ହିଁ ହେଉଛି। ତୁଳା ରାଶିର ଲୋକଙ୍କ ଉପରେ ଏହାର ବିଶେଷ ପ୍ରଭାବ ପଡ଼ିବ। ବୁଧ ବକ୍ରୀ ଦ୍ୱାରା ବ୍ୟବସାୟୀମାନେ ଲାଭବାନ ହେବେ । ଆୟର ନୂଆ ମାଧ୍ୟମ ତିଆରି ହେବ। କୌଣସି ବଡ଼ ଚୁକ୍ତି ହେବା ଯୋଗୁଁ ଭଲ ମୁନାଫା ମିଳିପାରେ।
ବିଛା ରାଶି: ବୁଧଙ୍କ ବକ୍ରୀ ଚଳନ ଯୋଗୁଁ ଆପଣମାନଙ୍କୁ ଭାଗ୍ୟର ସମର୍ଥନ ମିଳିବ। କ୍ୟାରିୟର ଏବଂ ବ୍ୟବସାୟରେ ଆପଣଙ୍କୁ ଭଲ ଫାଇଦା ହୋଇପାରେ । ଆପଣଙ୍କୁ ପୁରୁଣା ନିବେଶରୁ ଲାଭ ମିଳିପାରେ। ଆର୍ଥିକ ମାମଲା ଦୃଷ୍ଟିରୁ ସମୟ ବହୁତ ଭଲ ରହିବ।
ମକର ରାଶି: ମକର ରାଶି ପାଇଁ ବୁଧ ବକ୍ରୀ ସମୟରେ ଅନୁକୂଳ ଫଳ ମିଳିବ। ଆପଣମାନଙ୍କର ଅଟକି ରହିଥିବା କାମ ପୂରଣ ହୋଇପାରେ। ଚାକିରି ଏବଂ ବ୍ୟବସାୟରେ ଭଲ ପ୍ରଦର୍ଶନ କରିବେ। ନୂଆ କାମ ଆରମ୍ଭ କରିବା ପାଇଁ ସମୟ ଶୁଭ ରହିବ।