ରବିବାର, ସେପ୍ଟେମ୍ବର 27, 2026 | Loading Time...
ରବିବାର, ସେପ୍ଟେମ୍ବର 27, 2026 | Loading Time...

ଟ୍ରାଫିକ୍ ଇ-ଚାଲାଣ ନାଁରେ ସାଇବର ଠକଙ୍କ ନୂଆ ଚାଲ୍: ହ୍ଵାଟ୍‌ସ୍‌ପ୍‌ରେ ଆସୁଥିବା ‘ଏପିକେ’ ଫାଇଲ୍ ବିପଦ

ପ୍ରକାଶିତ: July 14, 2025, 9:11 PM | ସମ୍ବାଦ
ଟ୍ରାଫିକ୍ ଇ-ଚାଲାଣ ନାଁରେ   ସାଇବର ଠକଙ୍କ ନୂଆ ଚାଲ୍: ହ୍ଵାଟ୍‌ସ୍‌ପ୍‌ରେ ଆସୁଥିବା ‘ଏପିକେ’ ଫାଇଲ୍ ବିପଦ


ଟ୍ରାଫିକ୍ ଇ-ଚାଲାଣ ନାଁରେ ସାଇବର ଠକ ଏବେ ସାଧାରଣ ଲୋକଙ୍କ ଫୋନ୍ ହ୍ୟାକ୍ କରୁଛନ୍ତି ଓ ଫୋନ୍ ତଥ୍ୟ ଓ ଟଙ୍କା ନେଇ ଯାଉଛନ୍ତି। ହ୍ଵାଟ୍‌ସଆପ୍‌କୁ ଏକ ‘ଏପିକେ’ ଫାଇଲ୍ ପଠାଇ ସାଇବର ଠକ ସାଧାରଣ ଲୋକଙ୍କୁ ଠକିବା ଆରମ୍ଭ କରିଛନ୍ତି। ଏଭଳି ଠକେଇ ଠାରୁ ଦୂରେଇ ରହିବାକୁ ସାଇବର ଥାନା ପକ୍ଷରୁ ପରାମର୍ଶ ଦିଆଯାଇଛି।

ଏବେ ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରେ ଏଭଳି ଘଟଣା ଘଟୁଥିବା ନେଇ ମାଳମାଳ ଅଭିଯୋଗ ଆସୁଛି। ଏକ ଅଜଣା ନମ୍ବରରୁ ହ୍ଵାଟ୍‌ସଆପରେ ମେସେଜ୍ ଆସୁଛି। ଉକ୍ତ ମେସେଜ୍‌ରେ ଉଲ୍ଲେଖ ରହୁଛି ଯେ, ଆପଣଙ୍କ ଗାଡ଼ି ଟ୍ରାଫିକ୍ ନିୟମ ଉଲଂଘନ କରିଛି। ସେଥିପାଇଁ ଆପଣଙ୍କର ଇ-ଚାଲାଣ କରାଯାଉଛି। ତେବେ ଏହି ଇ-ଚାଲାଣର ବିସ୍ତୃତ ତଥ୍ୟ ଜାଣିବା ପାଇଁ ଦିଆଯାଇଥିବା ଫାଇଲ୍‌କୁ ଖୋଲି ପଢ଼ନ୍ତୁ। ଯେମିତି ଉକ୍ତ ଫାଇଲ୍ ଉପରେ କ୍ଲିକ୍ କରିବେ ତୁରନ୍ତ ଫୋନ୍ ପୂରା ବ୍ଲାକ୍‌ଆଉଟ୍ ହୋଇଯାଉଛି। ଅର୍ଥାତ୍ ଫୋନ ହ୍ୟାଙ୍ଗ ହୋଇଯାଉଛି। ଏହା ପରେ ହ୍ଵାଟ୍‌ସ ଆପ୍ ହ୍ୟାକ୍ ହେବା ହିତ ଫୋନ୍‌କୁ ପୂରା ହ୍ୟାଙ୍ଗ୍ କରି ରଖାଯାଉଛି। ମାତ୍ର ୧୦ରୁ ୧୫ ମିନିଟ୍ ଭିତରେ ଫୋନ୍‌ର ସମସ୍ତ ତଥ୍ୟ ଚୋରି ହେବା ସହିତ ଆବଶ୍ୟକୀୟ ଅନ୍‌ଲାଇନ୍ ଟ୍ରାନ୍‌ଜାକ୍‌ସନ୍ କରି ଟଙ୍କା ନେଇଯାଉଛନ୍ତି। ଉକ୍ତ (ଏପିକେ) ଫାଇଲ୍‌ରେ ଏକ ପ୍ରକାର ରିମୋର୍ଟ ଆପ୍‌ସ ରହୁଛି । ଯାହାକି କ୍ଲିକ୍ କଲା ମାତ୍ରେ ତାହା ଡାଉନ୍‌ଲୋଡ୍ ଓ ଇନ୍‌ଷ୍ଟଲ୍‌ ହୋଇଯାଉଛି। ଏହା ପରେ ସାଇବର ଠକ ଦୂରରୁ ରହି ଫୋନ୍‌କୁ କଂଟ୍ରୋଲ୍ କରୁଛନ୍ତି । ତେଣୁ ହ୍ବାଟ୍‌ସଆପ୍‌ରେ ଆସିଥିବା କୌଣସି ‘ଏପିକେ’ ଫାଇଲ୍‌କୁ ନଖୋଲିବାକୁ ସାଇବର ଥାନା ପକ୍ଷରୁ ପରାମର୍ଶ ଦିଆଯାଇଛି।