ଶନିବାର, ମାର୍ଚ୍ଚ 7, 2026 | Loading Time...
ଶନିବାର, ମାର୍ଚ୍ଚ 7, 2026 | Loading Time...

ଟ୍ରମ୍ପଙ୍କ ଆପ୍ରବାସନ ନୀତି ବିରୋଧୀ ବିକ୍ଷୋଭ: ଶତାଧିକ ଗିରଫ

ପ୍ରକାଶିତ: June 12, 2025, 10:40 AM | ଅନ୍ତର୍ଜାତୀୟ
ଟ୍ରମ୍ପଙ୍କ ଆପ୍ରବାସନ ନୀତି ବିରୋଧୀ ବିକ୍ଷୋଭ: ଶତାଧିକ ଗିରଫ


ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କଠୋର ଆପ୍ରବାସନ ଓ ସୀମା ପ୍ରବର୍ତ୍ତନ ଏବଂ ପ୍ରତ୍ୟର୍ପଣ ନୀତିକୁ ବିରୋଧ କରି ଜୁନ୍ ୬ ଓ ୭ରେ ମୁଣ୍ଡ ଟେକିଥିବା ବିକ୍ଷୋଭର ନିଆଁ ବ୍ୟାପିବାରେ ଲାଗିଛି। ସହରରେ ନ୍ୟାଶନାଲ ଗାର୍ଡଙ୍କୁ ମୁତୟନ କରିବା ପରେ ବିକ୍ଷୋଭକାରୀ ଓ ସୁରକ୍ଷା ବଳ ମୁହାଁ ମୁହିଁ ହୋଇଛନ୍ତି। ବିକ୍ଷୋଭ ସମୟରେ ବହୁ ସଂଖ୍ୟକ ବିକ୍ଷୋଭକାରୀଙ୍କୁ ଗିରଫ କରାଯାଇଥିବା ଲସ୍ଏଞ୍ଜେଲ୍ସ ପୋଲିସ ସୂଚନା ଦେଇଛି। 

ଅନ୍ୟ ଏକ ସୂଚନା ଅନୁସାରେ ଅନେକ ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନରୁ ଲୁଟ୍ କରାଯିବା ଯିବା ପରେ ସେଗୁଡ଼ିକରେ ଭଙ୍ଗାରୁଜା ଓ ଜଳାପୋଡ଼ାକୁ ଦୃଷ୍ଟିରେ ରଖି ସହର ଉପକଣ୍ଠ ଅଞ୍ଚଳରେ ମଙ୍ଗଳବାର କର୍ଫ୍ୟୁ ଆଦେଶ ଦିଆଯାଇଛି। ଅନ୍ୟ ସମସ୍ତ ସ୍ଥାନରେ ଇମିଗ୍ରେଶନ୍ ରେନ୍ସ ଯୋଗୁ ବିକ୍ଷୋଭ ଜାରି ରହିଛି। ନ୍ୟାଶନାଲ ଗାର୍ଡ ଗ୍ରୁପ୍ ଏବେ ସୀମା ନିୟନ୍ତ୍ରଣ ଏଜେଣ୍ଟମାନଙ୍କୁ ସୁରକ୍ଷା ଦେଉଛନ୍ତି। ଇତିମଧ୍ୟରେ ରିପବ୍ଲିକାନ୍ ରାଷ୍ଟ୍ରପତି ଟ୍ରମ୍ପ୍ ସହରକୁ ମୁକ୍ତ କରିବା ପାଇଁ ଉଦ୍ୟମ ଚଳାଇଛନ୍ତି।  

ଏନେଇ ଟ୍ରମ୍ପ୍ କହିଛନ୍ତି, ଏକ ବିଦେଶୀ ଶତ୍ରୁ ଦ୍ଵାରା ସହର ଦଖଲ ଉଦ୍ୟମ ଏଡ଼ାଇବା ପାଇଁ ଏପରି ପଦକ୍ଷେପ ନିଆଯାଇଛି। ଉଲ୍ଲେଖଯୋଗ୍ୟ, ୪,୦୦୦ ବର୍ଗ କି.ମି. ଅଞ୍ଚଳ ପରିବ୍ୟାପ୍ତ ଲସ୍ଏଞ୍ଜେଲ୍ସରେ ବସବାସ କରୁଥିବା ପ୍ରାୟ ୧୦ ନିୟୁତ ଅର୍ଥାତ୍ କାଲିଫର୍ନିଆ ଜନସଂଖ୍ୟାର ୨୭% ଲୋକ ହେଉଛନ୍ତି ଆପ୍ରବାସୀ। ସେମାନଙ୍କ ମଧ୍ୟରୁ ୯ ଲକ୍ଷ ଲୋକ ବେଆଇନ ଭାବେ ବିନା କୌଣସି ଦସ୍ତାବିଜରେ ରହୁଛନ୍ତିI ସେମାନଙ୍କୁ ଚିହ୍ନଟ କରି ବିଦା କରିବା ପାଇଁ ଟ୍ରମ୍ପ୍ ଯୋଜନା କରିଥିବାବେଳେ ସେଠାକାର ଗଭର୍ନର ନ୍ୟୁସୋମ୍‌ଙ୍କ ସହ ମୁହାଁ ମୁହିଁ ହୋଇଛନ୍ତି।