Loading Indian Time...
Loading Indian Time...

ପ୍ରଯୁକ୍ତିବିଦ୍ୟା ବହୁଳ ବେକାରୀ ସୃଷ୍ଟି ନେଇ ଚେତାବନୀ ଦେଲେ ପ୍ରମୁଖ AI ସିଇଓ

ପ୍ରକାଶିତ: June 4, 2025, 1:03 PM | ଅନ୍ତର୍ଜାତୀୟ
ପ୍ରଯୁକ୍ତିବିଦ୍ୟା ବହୁଳ ବେକାରୀ ସୃଷ୍ଟି ନେଇ ଚେତାବନୀ ଦେଲେ ପ୍ରମୁଖ AI ସିଇଓ

ପ୍ରଯୁକ୍ତିବିଦ୍ୟା ବହୁଳ ବେକାରୀ ସୃଷ୍ଟି ନେଇ ଚେତାବନୀ ଦେଲେ ପ୍ରମୁଖ AI ସିଇଓ

AI ପ୍ରଯୁକ୍ତିବିଦ୍ୟା ନିକଟ ଭବିଷ୍ୟତରେ ବେକାରୀରେ ଏକ ନାଟକୀୟ ବୃଦ୍ଧି ଆଣିପାରେ ବୋଲି ବିଶ୍ୱର ପ୍ରମୁଖ କୃତ୍ରିମ ବୁଦ୍ଧିମତ୍ତା ପ୍ରୟୋଗଶାଳା ଆନ୍ଥ୍ରୋପିକର ସିଇଓ ଡାରିଓ ଆମୋଡେଇ ସତର୍କ କରାଇ ଦେଇଛନ୍ତି। ସିଏନ୍ଏନ ସହ ଏକ ସାକ୍ଷାତକାରରେ ସେ କହିଛନ୍ତି ଏଥିପାଇଁ ଏବଂ ନୀତି ନିର୍ଦ୍ଧାରକ ଏବଂ କର୍ପୋରେଟ୍ ନେତାମାନେ ଏଥିପାଇଁ ପ୍ରସ୍ତୁତ ନାହାଁନ୍ତି। ଆମୋଡେଇ କହିଛନ୍ତି AI ପ୍ରବେଶ-ସ୍ତରୀୟ ବିଭିନ୍ନ କାର୍ଯ୍ୟକୁ ଖୁବ ସହଜରେ ସମାଧାନ କରୁଥିବାରୁ ଏହା ବେକାରୀ ସମସ୍ୟାକୁ ୨୦% ପର୍ଯ୍ୟନ୍ତ ବୃଦ୍ଧି କରିବ ବୋଲି ବିଶ୍ୱାସ କରନ୍ତି। ଆଗାମୀ ବର୍ଷଗୁଡ଼ିକରେ AI କେତେ ଦ୍ରୁତ ଗତିରେ ପ୍ରଗତି କରି ଅର୍ଥନୀତିକୁ ପ୍ରଭାବିତ କରିପାରିବ ସେ ବିଷୟରେ ଏହା ପ୍ରଥମ ଭୟଙ୍କର ଚେତାବନୀ ନୁହେଁ ବୋଲି ସେ କହିଛନ୍ତି। ଏକ ସାମ୍ପ୍ରତିକ ସର୍ଭେ ଅନୁସାରେ ୨୦୩୦ ସୁଦ୍ଧା AI ସ୍ୱୟଂଚାଳିତ ହେବାକୁ ଯାଉଥିବାରୁ ୪୧% ନିଯୁକ୍ତିଦାତା ସେମାନଙ୍କର କର୍ମଶକ୍ତିକୁ ହ୍ରାସ କରିବାକୁ ଯୋଜନା କରୁଛନ୍ତି।