ଶନିବାର, ମାର୍ଚ୍ଚ 7, 2026 | Loading Time...
ଶନିବାର, ମାର୍ଚ୍ଚ 7, 2026 | Loading Time...

୨୦୨୭ ମାର୍ଚ୍ଚ ୧ରୁ ଦେଶବ୍ୟାପୀ ଜନଗଣନା ସହ ଜାତି ଜନ ଗଣନା

ପ୍ରକାଶିତ: June 4, 2025, 6:57 PM | ଅନ୍ତର୍ଜାତୀୟ
୨୦୨୭ ମାର୍ଚ୍ଚ ୧ରୁ ଦେଶବ୍ୟାପୀ ଜନଗଣନା ସହ ଜାତି ଜନ ଗଣନା


ନୂଆଦିଲ୍ଲୀ: ସମଗ୍ର ଦେଶରେ ୨୦୨୭ ମାର୍ଚ୍ଚ ୧ ତାରିଖରୁ ଜନ ଗଣନା ଆରମ୍ଭ କରାଯିବ ବୋଲିି ଆଜି କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ଏଥିସହ ଜାତି ଜନ ଗଣନା କରାଯିବ। ଦୁଇଟି ପର୍ଯ୍ୟାୟରେ ଜନ ଗଣନା କରାଯିବ। ସୂତ୍ର ଅନୁସାରେ ଲଦାଖ, ଜମ୍ମୁକାଶ୍ମୀର, ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶ ଆଦି ପାହାଡୀ ରାଜ୍ୟ ଗୁଡ଼ିକରେ ୨୦୨୬ ଅକ୍ଟୋବର ୧ ତାରିଖରୁ ଜନ ଗଣନା ଆରମ୍ଭ ହେବ। ଦେଶରେ ଶେଷ ଥର ପାଇଁ ୨୦୧୧ ମସିହାରେ ଜନ ଗଣନା ହୋଇଥିଲା। ଏହା ପରେ ୨୦୨୧ ମସିହାରେ ଜନ ଗଣନା ହେବା କଥା। କାରଣ ପ୍ରତି ୧୦ ବର୍ଷରେ ଥରେ ଜନ ଗଣନା ହୋଇଥାଏ। ମାତ୍ର କରୋନା ମହାମାରୀ ଯୋଗୁଁ ଏହାକୁ ସ୍ଥଗିତ ରଖାଯାଇଥିଲା।