ଶନିବାର, ମାର୍ଚ୍ଚ 7, 2026 | Loading Time...
ଶନିବାର, ମାର୍ଚ୍ଚ 7, 2026 | Loading Time...

ଭିଡିଓ କଲ୍ ମାଧ୍ୟମରେ ରୁଷୀୟ ସୈନିକଙ୍କ ହିନ୍ଦୁ ଅନ୍ତିମ ସଂସ୍କାର ସମ୍ପନ୍ନ

ପ୍ରକାଶିତ: June 21, 2025, 6:49 PM | ଅନ୍ତର୍ଜାତୀୟ
ଭିଡିଓ କଲ୍ ମାଧ୍ୟମରେ ରୁଷୀୟ ସୈନିକଙ୍କ ହିନ୍ଦୁ ଅନ୍ତିମ ସଂସ୍କାର ସମ୍ପନ୍ନ

ସମ୍ପ୍ରତି ଋଷ-ୟୁକ୍ରେନ ଯୁଦ୍ଧରେ ପ୍ରାଣ ହରାଇଥିବା ରୁଷୀୟ ସୈନିକ ସର୍ଗେଇ ଗ୍ରାବଲେଭଙ୍କ ଅନ୍ତିମ ସଂସ୍କାର ହିନ୍ଦୁ ରୀତିନୀତି ଅନୁଯାୟୀ କର୍ଣ୍ଣାଟକର ଗୋକର୍ଣ୍ଣର ଶ୍ରୀ ମହାବଳେଶ୍ୱର ମନ୍ଦିରରେ କରାଯାଇଛି। ଦୀର୍ଘ ଦିନରୁ ହିନ୍ଦୁ ଧର୍ମ ଆପଣାଇଥିବା ଗ୍ରାବଲେଭ ଗତ ୧୮ ବର୍ଷ ଧରି ନିୟମିତ ଭାବରେ ଗୋକର୍ଣ୍ଣ ଦର୍ଶନ କରୁଥିଲେ ଏବଂ ବାରାଣସୀରେ ଆଧ୍ୟାତ୍ମିକ ଦୀକ୍ଷା ମଧ୍ୟ ନେଇଥିଲେ।

ଭାରତରେ ତାଙ୍କର ବହୁ ପ୍ରଶଂସକଙ୍କ ଥିଲେ। ଯୁଦ୍ଧ ଯୋଗୁଁ ସେ ଋଷ ଫେରିଯାଇ ଯୁଦ୍ଧରେ ଯୋଗ ଦେଇଥିଲେ ଏବଂ ଏପ୍ରିଲ ୨୮ରେ ଯୁଦ୍ଧରେ ନିହତ ହୋଇଥିଲେ। ତାଙ୍କ ପରିବାର ଭାରତ ଆସି ପାରି ନ ଥିବାରୁ, ମନ୍ଦିର ପୂଜକ ଭି ପ୍ରଶାନ୍ତ ହିରେଗାଙ୍ଗେଙ୍କ ମାର୍ଗଦର୍ଶନ ଓ ନେତୃତ୍ୱରେ ଅନ୍ୟ ପୂଜକମାନେ ଗ୍ରାବଲେଭଙ୍କ ସମ୍ପର୍କୀୟ ଏଲେନାଙ୍କୁ ଭିଡିଓ କଲ୍ କରି ତାଙ୍କର ଅନ୍ତିମ ସଂସ୍କାର କରିଥିଲେ।