ଶନିବାର, ମାର୍ଚ୍ଚ 7, 2026 | Loading Time...
ଶନିବାର, ମାର୍ଚ୍ଚ 7, 2026 | Loading Time...

BSNL ଗ୍ରାହକଙ୍କ ପାଇଁ ଖୁସି ଖବର

ପ୍ରକାଶିତ: October 12, 2025, 6:15 PM | ଅନ୍ତର୍ଜାତୀୟ
BSNL ଗ୍ରାହକଙ୍କ ପାଇଁ ଖୁସି ଖବର


ନୂଆଦିଲ୍ଲୀ: ସରକାରୀ ଟେଲିକମ୍‌ କମ୍ପାନୀ BSNLର ଗ୍ରାହକଙ୍କ ପାଇଁ ଖୁସି ଖବର। 4G ସେବା ଲଞ୍ଚ କରିବା ପରେ କମ୍ପାନୀ 5G ପାଇଲଟ୍‌ ପ୍ରକଳ୍ପ କାମ ଶେଷ ହୋଇଛି। କମ୍ପାନୀର 4G ନେଟୱାର୍କ ସମ୍ପୂର୍ଣ୍ଣ ରୂପେ 5G ପାଇଁ ପ୍ରସ୍ତୁତ ଅଛି ଏବଂ ଟ୍ରାୟଲ ଶେଷ ହେବା ପରେ ଏହାକୁ 5Gରେ ଅପଗ୍ରେଡ କରାଯାଇପାରିବ। ବର୍ତ୍ତମାନ ଟ୍ରାୟଲ ଚାଲୁଛି ଏବଂ ଖୁବ୍‌ ଶୀଘ୍ର 5G ସେବା ରୋଲଆଉଟ୍‌ କରାଯିବ।

BSNL ଚଳିତ ବର୍ଷ ଅଗଷ୍ଟରେ ଏୟାରଟେଲଠାରୁ ଅଧିକ ଗ୍ରାହକଙ୍କୁ ନିଜ ଆଡକୁ ଆଣିପାରିଛି। ପ୍ରାୟ ଏକ ବର୍ଷ ପରେ ସରକାରୀ କମ୍ପାନୀର ଗ୍ରାହକ ସଂଖ୍ୟାରେ ତୀବ୍ର ବୃଦ୍ଧି ଦେଖିବାକୁ ମିଳିଛି। ଟେଲିକମ୍‌ ରେଗୁଲେଟର TRAI ଅନୁସାରେ, ଅଗଷ୍ଟରେ BSNL ସହିତ ୧୩.୮୫ ଲକ୍ଷ ନୂଆ ମୋବାଇଲ୍‌ ଗ୍ରାହକ ଯୋଡ଼ି ହୋଇଛନ୍ତି। ଏୟାରଟେଲ ସହିତ ମାତ୍ର ୪.୯୬ ଲକ୍ଷ ନୂଆ ଗ୍ରାହକ ଅଛନ୍ତି। ପ୍ରାଇଭେଟ୍‌ କମ୍ପାନୀଗୁଡ଼ିକ ରିଚାର୍ଜ ଦର ବଢ଼ାଇ ଦେଇଥିବାରୁ ଗତ ବର୍ଷ ସେପ୍ଟେମ୍ବରରେ ସମସ୍ତ କମ୍ପାନୀଙ୍କୁ ପଛରେ BSNL ସବୁଠାରୁ ଅଧିକ ଗ୍ରାହକ ଯୋଡ଼ିଥିଲା।