ତୁର୍କୀକୁ ମହଙ୍ଗା ପଡ଼ିଲା ପାକିସ୍ତାନ ପ୍ରୀତି ଭାରତରେ ଟ୍ରେଣ୍ଡ କରୁଛି ବୟକଟ୍ ତୁର୍କୀ ଓ ଅଜରବୈଜାନ

Published on: 2025-05-16 13:26:00
ତୁର୍କୀକୁ ମହଙ୍ଗା ପଡ଼ିଲା ପାକିସ୍ତାନ ପ୍ରୀତି ଭାରତରେ ଟ୍ରେଣ୍ଡ କରୁଛି ବୟକଟ୍ ତୁର୍କୀ ଓ ଅଜରବୈଜାନ

ଆତଙ୍କବାଦ ବିରୋଧରେ ଭାରତର ସାମରିକ କାର୍ଯ୍ୟାନୁଷ୍ଠାନ ‘ଅପରେସନ ସିନ୍ଦୂର’କୁ ତୁର୍କୀ ବିରୋଧ କରିବା ସହ ପାକିସ୍ତାନକୁ ଅସ୍ତ୍ରଶସ୍ତ୍ର ଯୋଗାଇବା ଏବଂ ଭାରତ ବିରୋଧୀ ଲଢ଼େଇରେ ସାମିଲ ହେବାକୁ ଭାରତ ଗମ୍ଭୀରତାର ସହ ନେଇଛି। ତୁର୍କୀର ଏହି ପାକିସ୍ତାନ ପ୍ରୀତି ପାଇଁ ଏବେ ତାକୁ ବହୁମୂଲ୍ୟ ଦେବାକୁ ପଡିଛି। 


ଦେଶରେ ତୁର୍କୀ ବଏକଟ୍ ଟ୍ରେଣ୍ଡ ଚାଲିଛି । ପାକିସ୍ତାନକୁ ସମର୍ଥନ କରିଥିବା ତୁର୍କୀ ଓ ଅଜରବୈଜାନକୁ ବୟକଟ୍ କରିବା ନେଇ ସୋସିଆଲ୍ ମିଡିଆରେ ଟ୍ରେଣ୍ଡ କରୁଛି ବୟକଟ୍ ଟୁରିଜିମ୍।

ତୁର୍କୀ ସରକାରଙ୍କଠୁ ସମସ୍ତ ପ୍ରକାର ସମ୍ପର୍କ ତୁଟାଇବାକୁ ଦେଶବାସୀ ଦାବି କରିଛନ୍ତି । 


ଏହାରି ଭିତରେ


ଭାରତ ସରକାର ଭାରତୀୟ ଏୟାରପୋର୍ଟଗୁଡ଼ିକରେ ଗ୍ରାଉଣ୍ଡ ହାଣ୍ଡେଲିଂ କରୁଥିବା ତୁର୍କୀ କମ୍ପାନି ସେଲେବିର ସୁରକ୍ଷା କ୍ଲିୟରାନ୍ସ ବାତିଲ କରିଦେଇଛନ୍ତି । ଏହି ନିଷ୍ପତ୍ତି ବ୍ୟୁରୋ ଅଫ୍ ସିଭିଲ ଏଭିଏସନ୍ ସିକ୍ୟୁରିଟି ଦ୍ୱାରା ନିଆଯାଇଛି। 


ଏକ ସରକାରୀ ବିବୃତ୍ତିରେ କୁହାଯାଇଛି ସେଲିବି ଏୟାରପୋର୍ଟ ସର୍ଭିସେସ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ମାମଲାରେ ଗ୍ରାଉଣ୍ଡ ହ୍ୟାଣ୍ଡଲିଂ ଏଜେନ୍ସି ବର୍ଗ ଅଧୀନରେ ସୁରକ୍ଷା ମଞ୍ଜୁରୀ ର ମହାନିର୍ଦ୍ଦେଶକଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା।" ବିବୃତ୍ତିରେ ଆହୁରି କୁହାଯାଇଛିବିସିଏଏସ ମହାନିର୍ଦ୍ଦେଶକଙ୍କ ଉପରେ ନ୍ୟସ୍ତ କ୍ଷମତା ବ୍ୟବହାର କରି ଜାତୀୟ ସୁରକ୍ଷା ସ୍ୱାର୍ଥକୁ ଦୃଷ୍ଟିରେ ରଖି ସେଲେବି ବିମାନବନ୍ଦର ସେବା ଭାରତ ପ୍ରାଇଭେଟ୍ ଲିମିଟେଡ୍ ସମ୍ପର୍କରେ ସୁରକ୍ଷା ମଞ୍ଜୁରୀ ତୁରନ୍ତ ବାତିଲ କରାଯାଉଛି।"


ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ବା ଜେଏନୟୁ ତୁର୍କୀର ଇନୋନୁ ବିଶ୍ୱବିଦ୍ୟାଳୟ ସହିତ ଏକ ଚୁକ୍ତିନାମାକୁ “ ବାତିଲ କରିଛି। ବିଶ୍ୱବିଦ୍ୟାଳୟ କହିଛି ଯେ ଏହା “ଜାତୀୟ ସୁରକ୍ଷା ବିଚାରକୁ ନେଇ” ତୁର୍କୀ ବିଶ୍ୱବିଦ୍ୟାଳୟ ସହିତ ଏହାର ବୁଝାମଣାପତ୍ର ସ୍ଥଗିତ ରଖିଛି। ଏହାରି ଭିତରେ ଜାମିଆ ମିଲିଆ ଇସ୍‌ଲାମିଆ ବିଶ୍ବବିଦ୍ୟାଳୟ ଏହାର ସମସ୍ତ ପ୍ରକାର ବୁଝାମଣାକୁ ବାତିଲ କରିଛି । 


ସେହିପରି 


ପାକିସ୍ତାନକୁ ସମର୍ଥନ କରିଥିବା ତୁର୍କୀ ଓ ଅଜରବୈଜାନକୁ ବୟକଟ୍ କରିବା ନେଇ ସୋସିଆଲ୍ ମିଡିଆରେ ଟ୍ରେଣ୍ଡ କରୁଛି । 


ତୁର୍କୀ ଓ ଅଜରବୈଜାନ ପୂର୍ବରୁ ଭାରତୀୟ ପର୍ଯ୍ୟଟକଙ୍କ ବେଶ୍ ପସନ୍ଦ ଥିଲା । ଗତ କିଛି ବର୍ଷ ଧରି ଅନେକ ଭାରତୀୟ ପର୍ଯ୍ୟଟକ ଦୁଇ ଦେଶକୁ ବୁଲି ଯାଉଥିଲେ । ଏପରିକି ଚଳିତ ବର୍ଷ ମଧ୍ୟ ଅନେକ ବୁଲି ଯିବା ପାଇଁ ଯୋଜନା ବି କରିଥିଲେ । ହେଲେ ଭାରତ ଓ ପାକିସ୍ତାନ ମଧ୍ୟରେ ଅଶାନ୍ତି ହେବା ପରେ ଏବେ ପ୍ଲାନ୍ କ୍ୟାନସେଲ୍ କରିବାକୁ ଚାହୁଁଛନ୍ତି ପର୍ଯ୍ୟଟକ । ତେଣୁ ବୁକିଂ ଉପରେ ଏହାର ପ୍ରଭାବ ନିଶ୍ଚିତ ରୂପେ ପଡିବ ବୋଲି ଆଉଟବାଉଣ୍ଡ ଟୁର୍ ଅପରେଟର୍ସ ଆସୋସିଏନ୍ ଅଫ୍ ଇଣ୍ଡିଆ ବା ଏଟିଓଆଇଏ ଅଧ୍ୟକ୍ଷ ହିମାଂଶୁ ପାଟିଲ କହିଛନ୍ତି । ତେବେ ଲୋକ ଯାହା ଭାବୁଛନ୍ତି, ତାହା ଠିକ୍ ବୋଲି ସେ କହିଛନ୍ତି ।



ପ୍ରଥମେ ବ୍ୟବସାୟୀମାନେ ତୁର୍କୀରୁ ସେଓ ଏବଂ ମାର୍ବଲ୍ ଆମଦାନୀ ନକରିବାକୁ ନିଷ୍ପତ୍ତି ନେଇଥିଲେ। ଏବେ ଦେଶରେ ହ୍ୟାସଟ୍ୟାଗ୍ ବୟକଟ୍ ତୁର୍କୀ ଆରମ୍ଭ ହୋଇଛି। ଏହି କାରଣରୁ, ଭବିଷ୍ୟତରେ ତୁର୍କୀରୁ ଭାରତକୁ ଆସୁଥିବା ଅନ୍ୟ ସାମଗ୍ରୀ ଉପରେ ପ୍ରତିବନ୍ଧକ ଲଗାଯାଇପାରେ। 



କାରଣ ଭାରତରେ ଏବେ ହାସ୍ ଟ୍ୟାଗ୍ ବଏକଟ୍ ତୁର୍କୀ ଟ୍ରେଣ୍ଡ କରୁଥିବା ବେଳେ ଧିରେଧିରେ ବଡ ବଡ଼ ବ୍ୟବସାୟୀମାନେ ମଧ୍ୟ ଏହି ଟ୍ରେଣ୍ଡରେ ସାମିଲ ହୋଇ ତୁର୍କୀକୁ ପାନେ ଦେବାକୁ ଅଣ୍ଟା ଭିଡ଼ିଛନ୍ତି । 


ଏହି କ୍ରମରେ ଓଡିଶାର ବିଭିନ୍ନ ବ୍ୟବସାୟୀମାନେ ମଧ୍ୟ ତୁର୍କୀ ସାମଗ୍ରୀ ଉପରେ ରୋକ ଲଗାଇଛନ୍ତି । ତୁର୍କୀରୁ ସାମଗ୍ରୀ ଆଣିବେନି ବୋଲି ରୋକଠୋକ୍ ମନା କରି ଦେଇଛନ୍ତି । 


ଭାରତ ସହ ତୁର୍କୀର ବାଣିଜ୍ୟିକ ସମ୍ପର୍କ ବେଶ ପୁରୁଣା । କିନ୍ତୁ ପାକିସ୍ତାନ ପାଇଁ ଭାରତ ସହ ବିଶ୍ବାସଘାତକତା ଏବେ ତୁର୍କୀକୁ ମହଙ୍ଗା ପଡ଼ିବ । କାରଣ ଭାରତରେ ଆରମ୍ଭ ହୋଇଛି ବଏକଟ୍ ତୁର୍କୀ ଅଭିଯାନ । ତୁର୍କୀର ସାମଗ୍ରୀକୁ ସ୍ୱତଃପ୍ରବୃତ୍ତ ଭାବେ ବଏକଟ୍ କରିବାକୁ ଆଗେଇ ଆସିଛନ୍ତି ଭାରତୀୟ । ତୁର୍କୀକୁ ପାନେ ଦେବାକୁ ଏବେ ଏକାଠି ହୋଇଛନ୍ତି ଦେଶବାସୀ । 


ତୁର୍କୀରୁ ଭାରତକୁ ସେଓ, ମାର୍ବଲ, ଲେମ୍ବୁ ଓ ସିମେଣ୍ଟ ଆସିଥାଏ । ଭାରତ ତୁର୍କୀଠୁ ମୁହଁ ଫେରାଇବା ପରେ ପ୍ରଥମ ଝଟକା ଲାଗିଛି ତୁର୍କୀ ସେଓ ଉପରେ । ତୁର୍କୀରୁ ଆସୁଥିବା ସେଓକୁ ବଏକଟ୍ କରିଛନ୍ତି ଲୋକ । ଆଉ ଆଗକୁ ତୁର୍କୀର ମାର୍ବଲ ମାର୍କେଟ ଉପରେ ମଧ୍ୟ ହେବ ବଡ଼ ପ୍ରହାର । କାରଣ ଭାରତକୁ ୭୦% ମାର୍ବଲ ତୁର୍କୀରୁ ଆସେ ।

                   
Related Articles
Back to Home