ଶନିବାର, ମାର୍ଚ୍ଚ 7, 2026 | Loading Time...
ଶନିବାର, ମାର୍ଚ୍ଚ 7, 2026 | Loading Time...

ପୁଣି ଟ୍ରମ୍ପଙ୍କ ଟାର୍ଗେଟ୍ର ରେ ଭୁଟାନ

ପ୍ରକାଶିତ: June 17, 2025, 8:04 PM | ଅନ୍ତର୍ଜାତୀୟ
ପୁଣି ଟ୍ରମ୍ପଙ୍କ ଟାର୍ଗେଟ୍ର ରେ ଭୁଟାନ


ଟ୍ରମ୍ପ ପୁଣି ଥରେ ବିଶ୍ୱର ସବୁଠାରୁ ଖୁସି ଦେଶ ମଧ୍ୟରୁ ଗୋଟିଏ ଭୁଟାନକୁ ଆମେରିକା ଯାତ୍ରା ପ୍ରତିବନ୍ଧକ ତାଲିକାରେ ରଖିଛନ୍ତି। ଟ୍ରମ୍ପ ଭୁଟାନକୁ ଚେତାବନୀ ଦେଇଛନ୍ତି ଯେ ଜାତୀୟ ସୁରକ୍ଷା ଏବଂ ପ୍ରବାସନ ଚିନ୍ତାର ସମାଧାନ ପାଇଁ ଶୀଘ୍ର ପଦକ୍ଷେପ ନ ନେଲେ ଏହା ଆମେରିକା ପ୍ରବେଶ ପ୍ରତିବନ୍ଧକର ସମ୍ମୁଖୀନ ହୋଇପାରେ।

ଟ୍ରମ୍ପ ପ୍ରଶାସନ ଏହାର ପ୍ରବାସନ କଟକଣାର ନାଟକୀୟ ବିସ୍ତାର ଉପରେ ବିଚାର କରୁଛି ବୋଲି ଜଣାପଡିଛି, ଯାହା ଦ୍ଵାରା ଆମେରିକାର ଯାତ୍ରା ପ୍ରତିବନ୍ଧକ ତାଲିକାରେ ଆହୁରି ୩୬ଟି ଦେଶ ଯୋଡ଼ି ହେବାର ସମ୍ଭାବନା ରହିଛି।

ସଦ୍ୟ ମିଳିଥିବା ଷ୍ଟେଟ୍ ଡିପାର୍ଟମେଣ୍ଟର ଏକ ମେମୋରେ ଟ୍ରମ୍ପ ପ୍ରଶାସନ ଭୁଟାନ ସମେତ ୩୬ ଟି ଦେଶକୁ ଚିହ୍ନଟ କରିଛି, ଯେଉଁଗୁଡ଼ିକୁ ଆମେରିକାର ଯାତ୍ରା ପ୍ରତିବନ୍ଧକ ତାଲିକାରେ ଯୋଡ଼ା ଯାଇଛି। ମେମୋରେ ଯେଉଁ ସମସ୍ୟାଗୁଡ଼ିକୁ ଉଲ୍ଲେଖ କରାଯାଇଛି ସେଗୁଡିକୁ ୬୦ ଦିନ ମଧ୍ୟରେ ସଂଶୋଧନ କରାନଗଲେ ଦେଶଗୁଡ଼ିକ ଆମେରିକାରେ ପ୍ରବେଶ ଉପରେ ପୂର୍ଣ୍ଣ କିମ୍ବା ଆଂଶିକ କଟକଣାର ସମ୍ମୁଖୀନ ହୋଇପାରନ୍ତି।