ଶନିବାର, ମାର୍ଚ୍ଚ 7, 2026 | Loading Time...
ଶନିବାର, ମାର୍ଚ୍ଚ 7, 2026 | Loading Time...

ଅହମ୍ମଦାବାଦ-ଲଣ୍ଡନ ଏୟାର ଇଣ୍ଡିଆ AI-171 ବିମାନ ଦୁର୍ଘଟଣାଗ୍ରସ୍ତ

ପ୍ରକାଶିତ: June 12, 2025, 4:06 PM | ଅନ୍ତର୍ଜାତୀୟ
ଅହମ୍ମଦାବାଦ-ଲଣ୍ଡନ ଏୟାର ଇଣ୍ଡିଆ AI-171 ବିମାନ ଦୁର୍ଘଟଣାଗ୍ରସ୍ତ


ଗୁଜୁରାଟର ଅହମ୍ମଦାବାଦରେ ଆଜି ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ୨୪୨ ଜଣ ଯାତ୍ରୀଙ୍କୁ ନେଇ ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ରାଜ୍ୟ ପୋଲିସ କଣ୍ଟ୍ରୋଲ ରୁମ୍ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏୟାର ଇଣ୍ଡିଆ ସୂଚନା ଦେଇଛି ଯେ AI-171 ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଅହମ୍ମଦାବାଦ-ଲଣ୍ଡନ ଗାଟୱିକ୍ ଯାତ୍ରା କରୁଥିଲା ବିମାନ AI-171।

ପ୍ରାଥମିକ ସୂଚନାନୁସାରେ ଏୟାର ଇଣ୍ଡିଆର ଏହି ବିମାନଟି ଉଡ଼ାଣ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ବିମାନଟି ଅହମ୍ମଦାବାଦରୁ ଲଣ୍ଡନ ଯାଉଥିଲା ଏବଂ ଅହମ୍ମଦାବାଦ ବିମାନବନ୍ଦରରୁ ଉଡ଼ାଣ ଆରମ୍ଭ କରିବାର କିଛି ସମୟ ପରେ ମେଘାନୀନଗର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।