ଝାଡ଼ାବାନ୍ତି ଅଣାୟତ୍ତ: ୧୦ ଜଣଙ୍କ ମୃତ୍ୟୁ
ଯାଜପୁରରେ ଗତ କିଛିଦିନ ଧରି ବ୍ୟାପିଥିବା ଝାଡ଼ାବାନ୍ତି ଏବେ ମହାମାରୀର ରୂପ ନେଇଛି। ବର୍ତ୍ତମାନ ସୁଦ୍ଧା ଯାଜପୁର ଜିଲ୍ଲାର ଧର୍ମଶାଳା, କୋରେଇ, ଯାଜପୁର ବ୍ଲକ ଓ ବ୍ୟାସନଗର ଆଦି ଅଞ୍ଚଳରେ ଝାଡ଼ା ବାନ୍ତିରେ ବହୁ ଲୋକ ଆକ୍ରାନ୍ତ ହୋଇଛନ୍ତିା ୧୦ଜଣଙ୍କ ଜୀବନ ମଧ୍ଯ ଗଲାଣି।
ଏ ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ସ୍ୱାସ୍ଥ୍ୟ ସଚିବ ଏସ୍. ଆଶ୍ବସ୍ଥି ୩୭ଜଣ ନୂତନ ରୋଗୀ ଚିକିତ୍ସିତ ହେଉଥିବା ପ୍ରକାଶ କରିଛନ୍ତି। ଜିଲ୍ଲାରେ ବର୍ତ୍ତମାନ ୨୮୫ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବେଳେ ଅଧିକ ଚିକିତ୍ସା ନିମନ୍ତେ ୧୦ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।