ଭାରତରେ କୋଭିଡ-୧୯: ସପ୍ତାହରେ ୨୫୭ରୁ ୧୦୦୯କୁ ବୃଦ୍ଧି
୧୦୦୯ ସକ୍ରିୟ ମାମଲା ମଧ୍ୟରୁ ୪୩୦ କେରଳରୁ, ମହାରାଷ୍ଟ୍ର ୨୦୯ ଏବଂ ଦିଲ୍ଲୀରେ ୧୦୪ ରହିଛି। ୪୩୦ ସକ୍ରିୟ ମାମଲା ସହ କେରଳ ପ୍ରଥମ, ୨୦୯ ମାମଲା ସହ ମହାରାଷ୍ଟ୍ର ଦ୍ୱିତୀୟ ଓ ଦିଲ୍ଲୀରେ ୯୯ ମାମଲା ସହ ତୃତୀୟ ସ୍ଥାନରେ ରହିଛି।
ମୋଟାମୋଟି ଭାବେ, ଗତ ସପ୍ତାହରେ ଦେଶରେ ୭୫୨ ମାମଲା ଏବଂ ସାତ ଜଣଙ୍କ ମୃତ୍ୟୁ ବୃଦ୍ଧି ଘଟିଥିବାବେଳେ ୩୦୫ ଜଣ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ସୌଜନ୍ୟ: MoHFW COVID-19 ଡ୍ୟାସବୋର୍ଡ
ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁସାରେ ସମ୍ପ୍ରତି ଭାରତରେ NB.1.8.1 ଏବଂ LF.7 COVID ଭାରିଆଣ୍ଟଗୁଡ଼ିକ ଚିହ୍ନଟ ହୋଇଛି। ଏପ୍ରିଲରେ ତାମିଲନାଡୁରେ NB.1.8.1 ର ଗୋଟିଏ ମାମଲା ରିପୋର୍ଟ ହୋଇଥିଲା। ଯେତେବେଳେ ମେ ମାସରେ LF.7 ର ଚାରିଟି ମାମଲା ଚିହ୍ନଟ ହୋଇଥିଲା। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଉଭୟ LF.7 ଏବଂ NB.1.8 ସବଭାରିଆଣ୍ଟକୁ ଭାରିଆଣ୍ଟ ଅଣ୍ଡର ମନିଟରିଂ (VUM) ଭାବରେ ବର୍ଗୀକୃତ କରିଛି। ଏଗୁଡିକ ଭାରିଆଣ୍ଟ ଅଫ୍ କନସର୍ଣ୍ଣସ୍ (VOCs) କିମ୍ବା ଭାରିଆଣ୍ଟ ଅଫ୍ ଇଣ୍ଟେରେଷ୍ଟ (VOIs) ନୁହନ୍ତି। ଚୀନ୍ ଏବଂ ଏସିଆର ଅନ୍ୟାନ୍ୟ ଅଂଶରେ COVID-19 ମାମଲା ବୃଦ୍ଧି ପଛରେ ଏହି ଭାରିଆଣ୍ଟଗୁଡ଼ିକ ଥିବା ଜଣାପଡ଼ିଛି।
ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଗତ ସପ୍ତାହର ଶେଷ ଭାଗରେ କୋଭିଡ-19 ମାମଲା ସମୀକ୍ଷା କରି ମୁଖ୍ୟତଃ କେରଳ, ତାମିଲନାଡୁ, ମହାରାଷ୍ଟ୍ର, କର୍ଣ୍ଣାଟକ ଇତ୍ୟାଦି ରାଜ୍ୟରୁ ମାମଲା ରିପୋର୍ଟ ହୋଇଥିବା ସୂଚନା ଦେଇଛି।
ସୂଚନାଯୋଗ୍ୟ, ସମନ୍ୱିତ ରୋଗ ସର୍ବେକ୍ଷଣ କାର୍ଯ୍ୟକ୍ରମ (IDSP) ଏବଂ ICMRର ସର୍ବେକ୍ଷଣ ନେଟୱାର୍କ ମାଧ୍ୟମରେ କୋଭିଡ-19 ସମେତ ଶ୍ୱାସକ୍ରିୟା ରୋଗର ସର୍ବେକ୍ଷଣ ପାଇଁ ଏକ ଦୃଢ଼ ପ୍ୟାନ୍ ଇଣ୍ଡିଆ ସିଷ୍ଟମ ରହିଛି। ଏହି ମାମଲାଗୁଡ଼ିକ ମଧ୍ୟରୁ ଅଧିକାଂଶ ମୃଦୁ ଏବଂ ଘରୋଇ ଯତ୍ନରେ ଅଛନ୍ତି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଏକ ବୈଠକରେ ସୂଚନା ଦିଆଯାଇଛି।