ବୁଧବାର, ଅଗଷ୍ଟ 5, 2026 | Loading Time...
ବୁଧବାର, ଅଗଷ୍ଟ 5, 2026 | Loading Time...

ବିଶ୍ୱର ପ୍ରଥମ ମାନବ ମୂତ୍ରାଶୟ ପ୍ରତିରୋପଣ: ୭ ବର୍ଷ ପରେ ରୋଗୀଙ୍କୁ ଡାଏଲିସିସ୍ ରୁ ମୁକ୍ତି

ପ୍ରକାଶିତ: May 20, 2025, 3:01 PM | ସ୍ୱାସ୍ଥ୍ୟ
ବିଶ୍ୱର ପ୍ରଥମ ମାନବ ମୂତ୍ରାଶୟ ପ୍ରତିରୋପଣ: ୭ ବର୍ଷ ପରେ ରୋଗୀଙ୍କୁ ଡାଏଲିସିସ୍ ରୁ ମୁକ୍ତି


ମୂତ୍ରାଶୟ ପ୍ରତିରୋପଣ ମଧ୍ୟ କଷ୍ଟକର, କିନ୍ତୁ ବର୍ତ୍ତମାନ ଡାକ୍ତରମାନେ ଏହି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛନ୍ତି। ଦକ୍ଷିଣ କାଲିଫର୍ନିଆର UCLA ହେଲଥ ଏବଂ କେକ୍ ମେଡିସିନ୍ ବିଶ୍ୱବିଦ୍ୟାଳୟର ଡାକ୍ତରମାନେ ବିଶ୍ୱର ପ୍ରଥମ ମାନବ ମୂତ୍ରାଶୟ ପ୍ରତିରୋପଣ କରି ଏକ ଉଲ୍ଲେଖନୀୟ ଚିକିତ୍ସା ସଫଳତା ହାସଲ କରିଛନ୍ତି। ଏହି ଅଭିନବ ଅସ୍ତ୍ରୋପଚାର ସେହି ରୋଗୀମାନଙ୍କ ପାଇଁ ଏକ ନୂତନ ଆଶା ଆଣିଛି। ଯେଉଁମାନେ ଗମ୍ଭୀର ମୂତ୍ରାଶୟ ଅକାର୍ଯ୍ୟରେ ପୀଡିତ, ବିଶେଷକରି ଯେଉଁମାନେ କିଡନୀ ଫେଲ୍ୟୁଅର ଯୋଗୁଁ ଦୀର୍ଘ ସମୟ ଧରି ଡାଏଲିସିସ୍ କରିବାକୁ ପଡ଼ୁଛନ୍ତି ସେମାନଙ୍କ ପାଇଁ ନୂତନ ଆଶା ସୃଷ୍ଟି ହୋଇଛି।

ୟୁଏସସି ଇନଷ୍ଟିଚ୍ୟୁଟ୍ ଅଫ୍ ୟୁରୋଲୋଜିର ପ୍ରତିଷ୍ଠାତା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡା ନିମା ନାସିରିଙ୍କ ନେତୃତ୍ୱରେ ଆଠ ଘଣ୍ଟା ଧରି ଚାଲିଥିବା ଏହି ପ୍ରକ୍ରିୟାରେ ନୂତନ କିଡନୀ ଏବଂ ନୂତନ ମୂତ୍ରାଶୟ ପ୍ରତିରୋପଣ କରାଯାଇଥିଲା। ଦାତାଙ୍କଠାରୁ ଆସିଥିବା କିଡନୀ ଏବଂ ମୂତ୍ରାଶୟକୁ ଗ୍ରହଣ କରିଥିବା ରୋଗୀ ୪୧ ବର୍ଷୀୟ ବ୍ୟକ୍ତି ଥିଲେ। 

ଏକ ଟ୍ୟୁମର କାଢ଼ିବା ପ୍ରକ୍ରିୟା ସମୟରେ ରୋଗୀ ଜଣକ ତାଙ୍କ ମୂତ୍ରାଶୟର ଅଧିକାଂଶ ହରାଇ ଦେଇଥିଲେ ଏବଂ ପରବର୍ତ୍ତୀ ସମୟରେ କର୍କଟ ଏବଂ ଶେଷ ପର୍ଯ୍ୟାୟର ବୃକକ ରୋଗ ଯୋଗୁଁ ଉଭୟ ବୃକକ ହରାଇଥିଲେ। ଫଳରେ ତାଙ୍କୁ ୭ ବର୍ଷ ପାଇଁ ଡାଏଲିସିସ୍ କରିବାକୁ ପଡିଥିଲା।

ଅସ୍ତ୍ରୋପଚାରର ଅଳ୍ପ ସମୟ ମଧ୍ୟରେ, ପ୍ରତିରୋପିତ ବୃକକ ପ୍ରଚୁର ପରିମାଣରେ ପରିସ୍ରା ଉତ୍ପାଦନ କରିବା ଆରମ୍ଭ କରିଥିଲା, ଏବଂ ରୋଗୀର ବୃକକ କାର୍ଯ୍ୟରେ ଉନ୍ନତି ଘଟିଲା। ଫଳରେ ପୁନର୍ବାର ଡାଏଲିସିସ୍ କରିବାର ଆବଶ୍ୟକତା ଦୂର ହୋଇଗଲା। ପ୍ରତିରୋପିତ ବ୍ଲାଡରର ମାଂସପେଶୀ କାର୍ଯ୍ୟ ସୀମିତ ହୋଇପାରେ, କିନ୍ତୁ ଏହାର ପ୍ରଭାବ ପାଇଁ ସଫଳ ରକ୍ତବାହୀ ଏବଂ ସ୍ନାୟୁ ସଂଯୋଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।