Loading Indian Time...
Loading Indian Time...

ମୁସଲିମ ସମ୍ପ୍ରଦାୟରୁ ଅଧିକରୁ ଅଧିକ ଆଇପିଏସ-ଆଇଏଏସ ବାହାରନ୍ତୁ, ଏମିତି କାହିଁକି କହିଲେ ନୀତିନ ଗଡକରୀ

ପ୍ରକାଶିତ: March 17, 2025, 4:04 AM | ଶିକ୍ଷା
ମୁସଲିମ ସମ୍ପ୍ରଦାୟରୁ ଅଧିକରୁ ଅଧିକ ଆଇପିଏସ-ଆଇଏଏସ ବାହାରନ୍ତୁ, ଏମିତି କାହିଁକି କହିଲେ ନୀତିନ ଗଡକରୀ

ନୂଆଦିଲ୍ଲୀ,୧୬।୩: କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଶନିବାର କହିଛନ୍ତି ଯେ, ସେ ସାର୍ବଜନୀନ ଆଲୋଚନାରେ ଜାତି ଏବଂ ଧର୍ମକୁ ଆଣନ୍ତି ନାହିଁ। ମୁଁ ବିଶ୍ୱାସ କରେ ଯେ ଲୋକମାନେ ସମାଜର ସେବାକୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ବୋଲି ବିବେଚନା କରନ୍ତି। ମୁସଲିମ ସମ୍ପ୍ରଦାୟକୁ ଶିକ୍ଷାର ଗୁରୁତ୍ୱ ବୁଝାଇ ଗଡକରୀ କହିଥିଲେ ଯେ ଯଦି ମୁସଲିମ ସମ୍ପ୍ରଦାୟରୁ ଅଧିକ ଇଞ୍ଜିନିୟର, ଆଇପିଏସ ଏବଂ ଆଇଏଏସ ଅଧିକାରୀ ବାହାରିବେ, ତେବେ ଏହା ସମାଜ ପାଇଁ ଲାଭଦାୟକ ହେବ।


ନାଗପୁରର ନାନାମୁଦା ପ୍ରତିଷ୍ଠାନର ସମାବର୍ତ୍ତନ ଉତ୍ସବରେ ଭାଷଣ ଦେଇ ଗଡକରୀ କହିଛନ୍ତି, ‘ଆମେ କେବେବି ଏହି ଜିନିଷଗୁଡ଼ିକ (ଧର୍ମ/ରାଜନୀତି) ଆଧାରରେ ଭେଦଭାବ କରୁନାହୁଁ।’ ମୁଁ ରାଜନୀତିରେ ଅଛି ଏବଂ ଏଠାରେ ବହୁତ କିଛି କୁହାଯାଏ, କିନ୍ତୁ ମୁଁ ନିଷ୍ପତ୍ତି ନେଇଛି ଯେ ମୁଁ ମୋ ନିଜ ଉପାୟରେ କାମ କରିବି । କିଏ ମୋତେ ଭୋଟ ଦେବ ଏବଂ କିଏ ଦେବ ନାହିଁ ସେ ବିଷୟରେ ଚିନ୍ତା କରିବି ନାହିଁ। ଗଡକରୀ ଜାତି ଉପରେ ତାଙ୍କର ଏକ ପୁରୁଣା ସ୍ଲୋଗାନ ମଧ୍ୟ ଉଲ୍ଲେଖ କରିଛନ୍ତି। ଆରମ୍ଭରୁ ଏହା କହିଆସୁଛି ଯିଏ ଜାତି ବିଷୟରେ କଥା ହେବ, ମୁଁ ତାକୁ ଗୋଇଠା ମାରିବି। ସେ କହିଥିଲେ ଯେ ର୍ନିବାଚନରେ ହାରିବା କିମ୍ବା ମନ୍ତ୍ରୀ ପଦ ହରାଇବା ମୂଲ୍ୟରେ ମଧ୍ୟ ମୁଁ ଏହି ମନୋଭାବ ଜାରି ରଖିଥିଲି।


ଏହି ସମୟରେ ଗଡକରୀ ମନେ ପକାଇଥିଲେ ଯେ ସେ ଯେତେବେଳେ ଏମଏଲସି ଥିଲେ, ସେ ଅଞ୍ଜୁମାନ-ଏ-ଇସଲାମ ଇନଷ୍ଟିଚ୍ୟୁଟ (ନାଗପୁର) ଇଞ୍ଜିନିୟରିଂ କଲେଜକୁ ଅନୁମତି ଦେଇଥିଲେ। ମୁଁ ଅନୁଭବ କରିଛି ଯେ ମୁସଲିମ ସମ୍ପ୍ରଦାୟକୁ ଏହାର ଆବଶ୍ୟକତା ଅଛି। ଯଦି ମୁସଲିମ ସମ୍ପ୍ରଦାୟରୁ ଅଧିକରୁ ଅଧିକ ଇଞ୍ଜିନିୟର, ଆଇପିଏସ, ଆଇଏଏସ ଅଧିକାରୀ ବାହାରିବେ, ତେବେ ସମସ୍ତଙ୍କ ପାଇଁ ବିକାଶ ହେବ। ଆମ ପାଖରେ ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ଉଦାହରଣ ଅଛି। ଆଜି ହଜାର ହଜାର ଛାତ୍ର ଅଞ୍ଜୁମନ-ଏ-ଇସଲାମର ବ୍ୟାନର ତଳେ ଇଞ୍ଜିନିୟର ହୋଇଛନ୍ତି। ଯଦି ସେମାନଙ୍କୁ ପଢ଼ିବାର ସୁଯୋଗ ମିଳିନଥାନ୍ତା, ତେବେ କିଛି ହୋଇନଥାନ୍ତା। ଏହା ଶିକ୍ଷାର ଶକ୍ତି। ଏହା ଜୀବନ ଏବଂ ସମ୍ପ୍ରଦାୟକୁ ପରିବର୍ତ୍ତନ କରିପାରିବ।